ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ତିତଲି ଆସିବ । ୧୫୦ରୁ ଅଧିକ ବେଗରେ ବହିବ ପବନ ତା ସାଙ୍ଗକୁ ଲାଗି ରହିବ ବର୍ଷା । ଏଭଳି ଭୟଙ୍କର ହୋଇପଡିବ ବୋଲି ଆଗୁଆ ପାରି ପାଗ ବିଭାଗ ଲୋକଙ୍କୁ ସୂଚନା ଦେଇଥିଲେ । ଯାହାକୁ ଶୁଣି ଭୟଭୀତ ହୋଇପଡିଥିଲେ ଲୋକେ । ନିଜର ସୁରକ୍ଷା ପାଇଁ କରିଥିଲେ ଅନେକ ସୁବିଧା । ନିଜର ରହିବା ପାଇଁ ଘର ନଥିବା ବାସହରା ଲୋକ ବି ନିଜର ସୁରକ୍ଷା ପାଇଁ କରିନେଇଥିଲେ ନିଜର ବ୍ୟବସ୍ଥା ।
ମାତ୍ର କେତେକ ଲୋକ ଏଭଳି ଅଛନ୍ତି ଯେଉଁମାନେ କି ନିଜର ଘର ଥାଇ ମଧ୍ୟ ତିତଲି ଆସୁଥିବା ଜାଣି ମଧ୍ୟ ବାସହରାଙ୍କ ପରି ଜୀବନ କାଟିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋୟର ପିଏମ୍ଜିରେ ନିଜର ହକ୍ ପାଇଁ ଧାରଣାରେ ବସିଥିବା ଅନେକ ଆନ୍ଦୋଳନକାରୀ ତିତଲିକୁ ଖାତିର କରିନଥବା ନଜିର ରହିଛି ।
କେନ୍ଦୁଝର ଗନ୍ଧମାର୍ଦନ ମାଇନ୍ସ ଲେବର ୟୁନିୟନ,ରାଜ୍ୟ ଗୋମିତ୍ର ସଂଙ୍ଘ ଏବଂ ତାଲିମ୍ ପ୍ରାପ୍ତ ବରିଷ୍ଠ ସିଟି,ବିଏଡି ମହାସଂଙ୍ଗ ତିତଲିକୁ ଖାତିର କରିନଥିଲେ । କାରଣ ସେମାନେ ନିଜର ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । ଏଣୁ ତିତଲି ଆମର କିଛି ବି ବାଧକ ସାଜିପାରିବ ନାହିଁ ବୋଲି ସବୁ ସଂଙ୍ଘ ପକ୍ଷରୁ ସୂଚନା ମିଳିଛି । ଏବଂ ଯେତେ ବଡ ବାତ୍ୟା ଆସିଲେ ମଧ୍ୟ ଆମେ ତାକୁ ସାମ୍ନା କରିବୁ ।
ରିପୋର୍ଟ : ଗୁଣନିଧି ବେହେରା
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024