ଆଠମଲ୍ଲିକ ( ଏଠିଆର ବ୍ୟୁରୋ): ପୂର୍ବରୁ ନିଜ ଚାଷ ଜମିରେ ନିଜେ ହଳ କରି ଚର୍ଚ୍ଚାକୁ ଆସିଥିବା ଆଠମଲୀକ ବିଧାୟକ ପୁଣି ଏବେ ଆଉ ଏକ ନୂଆ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଜଣେ ସମାଜ ସେବୀଙ୍କ ଶବକୁ କାନ୍ଧରେ ବୋହି ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ ରମେଶ ସାଏ । ଚାରି ଆଡୁ ତାଙ୍କୁ ଖାଲି ବାଃବାଃ ଆଉ ପ୍ରଶଂସାର ସୁଅ ଛୁଟୁଛି । ସୂଚନା ଅନୁସାରେ ଠାକୁର ଗଡ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଖଗେଶ୍ୱର ଜେନାଙ୍କ ଏକ ଦୂର୍ଘଟଣାରେ ପରଲୋକ ହୋଇଥିଲା ।
ରୀତି ନୀତି ଅନୁସାରେ ପରିବାର ଲୋକ ବନ୍ଧୁ ବାନ୍ଧବ ଓ ସାହି ପଡିଶା ଖଗେଶ୍ୱରଙ୍କ ଶବ ଶୋଭାଯାତ୍ରାରେ କାନ୍ଧ ଦେଇଥିଲେ । ତେବେ ସେଠାରେ ବିଧାୟକ ରମେଶ ସାଏ ପହଞ୍ଚି ଖଗେଶ୍ୱରଙ୍କ ଶବରେ କାନ୍ଧ ଦେଇଥିଲେ । ଅନ୍ୟମାନଙ୍କ ସହିତ ଶ୍ମଶାନ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ । ସୂଚନାଯୋଗ୍ୟ ଏଇ ନିକଟରେ ଆଉ ଏକ ଉଲ୍ଲେଖନୀୟ କାର୍ଯ୍ୟପାଇଁ ରମେଶ ସାଏ ଚର୍ଚ୍ଚାକୁ ଆସିଥିଲେ ।
ନୁଆଁଗଡ଼ ଗାଁର ସୁବାସିନୀ ନାୟକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଆଉ ସେହି ଗାଁକୁ ବିଧାୟକ ୩କିମି ଦୂର କାଦୁଅ ପଚ ପଚ ରାସ୍ତାରେ ଚାଲି ଚାଲି ଯାଇ ପହଁଚିଥିଲେ । ଖଗେଶ୍ୱରଙ୍କର ଏହି ନିଆରା କାର୍ଯ୍ୟ ଓ ଜନ ସଂପର୍କକୁ ନେଇ ସାଧାରଣରେ ବେଶ ପ୍ରସଂଶା ମିଳୁଛି । ସବୁ ଆଡେ ସେଇ ଗୋଟିଏ କଥା ଶୁଣିବାକୁ ମିଳୁଛି ବିଧାୟକ ହେବତ ଏମିତି ।