ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜଧାନୀରେ ଯାତ୍ରୀଙ୍କ ପରିବହନକୁ ସହଜ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ ବସ ସେବା ଆଜି ବିଭିନ୍ନ ରୁଟରେ ବନ୍ଦ ହୋଇ ଯାଇଛି । ଯାହା ଫଳରେ ଆଜି ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ମୋ ବସରେ କାର୍ଯ୍ୟ କରୁଥିବା କଣ୍ଡକ୍ଟରଙ୍କ ବକେୟା ଦରମା ନ ମିଳିବାରୁ ସେମାନେ ଆଜି ଧାରଣା ଦେଇଛନ୍ତି । ଯାହା ଦ୍ୱାରା ଆଜି ମୋ ସେବା ପ୍ରଭାବିତ ହୋଇଛି
। ଯାହାକୁ ନେଇ ଆଜି ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁସାରେ ଗତ ତିନି ମାସ ହେଳା ସେମାନଙ୍କୁ ଦରମା ଦିଆଯାଉ ନଥିବା ଅଭିଯୋଗ କରରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ଡିପୋରେ କେତେକ ବସ ଅଟକି ରହିଥିବା ଦେଖିବାକୁ ମିଳିଛି । କଣ୍ଡକ୍ଟର ମାନେ ଏକ ଜୁଟ ହୋଇ ବିଭିନ୍ନ ନାରା ଦେବା ସହିତ ସେମାନଙ୍କୁ ବକେୟା ଦରମା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।
ତେବେ ବିଭାଗ ଯଦି ସେମାନଙ୍କ ବକେୟା ଦରମା ସେମାନଙ୍କୁ ପ୍ରଦାନ ନ କରେ ଆଗାମୀ ଦିନରେ ଏହି ଧାରଣା ଆନ୍ଦୋଳନର ରୂପ ନେବ ବୋଲି ଧାରଣା ଦେଇଥିବା କର୍ମଚାରୀଙ୍କ ନିକଟରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଆଜି କେତେକ ନିର୍ଦ୍ଧିଷ୍ଟ ରୁଟରେ ସେବା ବନ୍ଦ ରହିଛି ।