ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୋ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଶୀତ ପାଇଁ ଗତ ଡିସେମ୍ବର ପହିଲାରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ମୋ ବସର ଏସି ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବସ ଭଡା କମାଇ ଦିଆଯିଲା । ତେବେ ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିକୁ ଆଖି ଆଗରେ ରଖି ଆସନ୍ତା ୨ମାସ ଯାଏଁ ହ୍ରାସ ହୋଇଥିବା ମୋ ବସ ଭଡା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଡିସେମ୍ବର ପହିଲାରୁ ଏସି ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ୩୮ ପ୍ରତିଶତ କମ ଭଡା ଦେବାକୁ ପଡୁଛି ।
ଯାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ରିହାତି ଭଡ଼ା ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ଯାଏଁ ରହିବା ନେଇ କ୍ରୁଟ ପକ୍ଷରୁ ନିଷ୍ପତି ହୋଇଛି । ତେବେ ଏହି ବସ ଭଡା ଦେବା ସମୟରେ ଆଉ ଖୁଚୁରା ପଇସା ପାଇଁ ହଇରାଣ ହେବାକୁ ପଡିବନାହିଁ । ଏହି ନୂଆ ଭଡା ଅନୁସାରେ ଭୁବନେଶ୍ୱରରେ ନନ୍ ଏସି ପାସ୍ ୬୦୦ରୁ ୫୫୦ ଟଙ୍କାକୁ କମିଛି । ଏସି ପାସ୍ ୯୦୦ରୁ ୭୦୦ ଟଙ୍କାକୁ କମିଛି । ମ୍ୟାଜିକ୍ ନନ୍ ଏସି ପାସ୍ ୧୨୦୦ରୁ ୧୧୦୦ ଓ ଏସି ପାସ୍ ୧୮୦୦ରୁ ୧୫୦୦ ହୋଇଛି ।