ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱର ଓ କଟକରେ ଆଜିଠୁ ମୋ ବସ୍ ଗଡିଛି । ଏହି ବସ୍ ପ୍ରଥମ ପର୍ଯ୍ୟାୟରେ ୭ ଟି ରୁଟ୍ ରେ ଗଡିଛି । ସେହି ରୁଟ୍ ଗୁଡିକ ହେଉଛି ଏୟାରପୋର୍ଟରୁ କଟକ, ମାଷ୍ଟରକ୍ୟାଣ୍ଟିନରୁ ସିଡିଏ ଭାୟା ରସୁଲଗଡ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ ଏବଂ ଡୁମୁଡୁମାରୁ ମଞ୍ଚେଶ୍ୱର ।
ବସ୍ ଗୁଡିକ ସକାଳ ୭ ଟାରୁ ୭ ଟା ଯାଏଁ ଚଳାଚଳ କରିବ । କିନ୍ତୁ ବସ୍ ରେ ଯାତ୍ରା କଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାସହିତ ଯେତିକି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିବେ । ବସ୍ ରେ କେହି ବି ଛିଡା ହୋଇ ଯାତ୍ରା କରି ପାରିବେ ନାହିଁ । ଏହି ୭ଟି ରୁଟ୍ ରେ ଏବେ ବିନା ଶୀତତାନ ନିୟମନ୍ତ୍ରଣ ବସ୍ ହିଁ ଚଳାଚଳ କରିବ ।