ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଏଣିକି ଗୋଟିଏ କ୍ଲିକରେ ଆପଣ ଜାଣିପାରିବେ ବସ୍ କେଉଁଠି ଅଛି, କେତେବେଳେ ଆସିବ, କେଉଁ ରୁଟ୍ ଦେଇ ଯିବ ଏବଂ କେତେବେଳେ ପହଁଚିବ । ଏହି ସବୁ ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସିଧା କହିବାକୁ ଗଲେ ବସ୍ ସେବାକୁ ଡିଜିଟାଲ ମୋଡରେ ଯୋଡିବାକୁ ଚେଷ୍ଟା କରିଛନ୍ତି ସରକାର । ଯାହାର ନାମ ରହିଛି ‘ମୋ ବସ୍’ ସେବା । ଯାହାକୁ ନେଇ ରାଜଧାନୀ ବାସୀଙ୍କ ମନରେ ଖୁସିର ମାହୋଲ ଖେଳିଯାଇଛି ।
ପୂର୍ବରୁ ସିଟି ବସ୍ ରେ ବାରମ୍ବାର ଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ନୂତନ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କୃଟ୍) ଅଧିନରେ ପ୍ରଥମ ଫେଜରେ ସର୍ବମୋଟ ୨୦୦ଟି ବସ୍ ଚାଲିବ । ଯାହାର ଟ୍ୟାଗ୍ ଲାଇନ୍ ରହିଛି ‘ମୋ ବସ୍’ । ଆସନ୍ତାକାଲି ବିଜୁ ପଟ୍ଟନାୟକ ସ୍ମୃତିପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ସେବାର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଓଲିଉଡ ତାରକା ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ ଏବଂ କୁନା ତ୍ରିପାଠୀ ଉପସ୍ଥିତ ରହିବାର ସୂଚନା ମିଳିଛି ।
‘ମୋ ବସ୍’ ସେବାର ପ୍ରଥମ ଫେଜରେ ୮ଟି ରୁଟ୍ ଦେଇ ବସ୍ ଚାଲିବ । ସେହି ରୁଟ୍ ଗୁଡିକ ହେଉଛି ମାଷ୍ଟର କ୍ୟାଣ୍ଟିନ୍ ଟର୍ମିନାଲରୁ ବାହାରି ଭାୟା ବାଣୀବିହାର ହୋଇ ଖୋର୍ଦ୍ଧାର ନୂଆ ବସ୍ଷ୍ଟାଣ୍ଡକୁ ଚାଲିବ ଏବଂ ମାଷ୍ଟରକ୍ୟାଣ୍ଟିନ ରୁ ଖୋର୍ଦ୍ଧା ଭାୟା ଓୟୁଏଟି ରୁଟ୍ ଦେଇ ଜଟଣୀ । ସେହିଭଳି ମାଷ୍ଟରକ୍ୟାଣ୍ଟନ ରୁ ସମ୍ ହସ୍ପିଟାଲ ରୁଟ୍, କଳିଙ୍ଗ ବିହାରରୁ ଟଙ୍କପାଣି ରୋଡ, ଡୁମୁଡୁମାରୁ ମଞ୍ଚେଶ୍ୱର, ମାଷ୍ଟକ୍ୟାଣ୍ଟିନରୁ ଏମ୍ସ ହସ୍ପିଟାଲ ଏବଂ ମ୍ୟାଷ୍ଟରକ୍ୟାଣ୍ଟିନରୁ କଳିଙ୍ଗ ନଗର ଦେଇ ଏହା ଆସନ୍ତା ୨୦ ରୁ ୨୮ ପର୍ଯ୍ୟ ନ୍ତ ଚାଲିବ ।
ସେହିଭଳି ଦ୍ୱିତୀୟ ଫେଜରେ ଆଠଟି ରୁଟ୍ ରହିଛି । ରୁଟ୍ ଗୁଡିକ ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭାୟା ନନ୍ଦନକାନନ, କଟକ ବାଦାମବବାଡି,ମ୍ୟାଷ୍ଟରକ୍ୟାଣ୍ଟନରୁ କଟକ, ଶିଖରଚଣ୍ଡିରୁ ଲିଙ୍ଗରାଜ ମନ୍ଦିର, ମାଷ୍ଟରକଣ୍ଟିନରୁ ପଟିଆ, ବାଣୀବିହାରରୁ ଉତ୍ତରାଛକ,ଶିଖରଚଣ୍ଡୀରୁ ସମ୍ ହସ୍ପିଟାଲ, ବାଲିଅନ୍ତାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ବସ୍ ଚାଲିବ ।
ଜାଣନ୍ତୁ କେମିତି ଉଠାଇବେ ଫାଇଦା:
– ପ୍ରଥମେ ଆପଣଙ୍କୁ ସ୍ମାର୍ଟ ଫୋନର ଗୁଗଲ ପ୍ଲେ ଷ୍ଟୋରରୁ ‘ମୋ ବସ୍’ ର ଆପ୍ ଡାଉନ୍ ଲୋଡ କରିବାକୁ ପଡିବ । ସେଥିପାଇଁ ଖୁବ୍ ଶୀଘ୍ର କୃଟ୍ ପକ୍ଷରୁ ଏହି ଆପ୍ ଲଞ୍ଚ କରାଯିବ । ଏହି ଆପ୍ ଜରିଆରେ ଆପଣ ସମସ୍ତ ସୁବିଧା ଉଠାଇ ପାରିବେ ।
Prepare to witness a revolutionary upgrade in your daily way of commute. The MO Bus Services are all set to launch on the 6th of November, 2018, after our Hon’ble Chief Minister Shri @Naveen_Odisha, flags off the event. pic.twitter.com/XJfwuMGLNc
— Capital Region Urban Transport (@CRUT_BBSR) November 3, 2018