ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବହୁତ ଶୀଘ୍ର ରାଜ୍ୟରେ ମୋ ବସ୍ ଗଡିବ । ଏହି ସେବା ଜୁନ୍ ପହିଲାରୁ ଆରମ୍ଭ ହୋଇପାରେ । ତେବେ ଏହି ମୋ ବସ୍ କେଉଁ ରୁଟ୍ ରେ ଆଉ କେତୋଟି ଚାଲିବ ସେନେଇ ଆସନ୍ତାକାଲି ସ୍ପଷ୍ଟ କରାଯିବ ବୋଲି କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟର ସିଇଓ ଅରୁଣ ବୋଥ୍ରା କହିଛନ୍ତି ।
ମୋ ବସ୍ ଗୁଡିକ ବର୍ତ୍ତମାନ ଶ୍ରମିକ ମାନଙ୍କୁ ନେବା ଆଣିବା କରିବାରେ ଲାଗିଛି । ସେଥିପାଇଁ ଏବେ ସାଧାରଣ ଯାତ୍ରୀଙ୍କ ପାଇଁ ବସ୍ ଚଳାଚଳ ହୋଇ ପାରୁନାହିଁ । ମାତ୍ର ମୋ ବସ୍ ଚାଲିବା ପୂର୍ବରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବସ୍ କୁ ସାନିଟାଇଜ୍ କରାଯିବ । ତାପରେ ଯାଇ ମୋ ବସ୍ ରେ ସେବା ଆରମ୍ଭ ହେବ ବୋଲି ଅରୁଣ ବୋଥ୍ରା କହିଛନ୍ତି ।
ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି କି ଆଜିଠାରୁ ରାଜ୍ୟରେ ବସ୍ ଗଡିବ । କିନ୍ତୁ ଆଜି କୌଣସି ବସ୍ ଗଡି ନାହିଁ । କାରଣ ଘରୋଇ ମାଲିକ ସଂଘ ସେମାନଙ୍କ ଜିଦ୍ ରେ ଅଟଳ ରହିଥିବା ବେଳେ ଓଏସଆରଟିସି ଏବଂ ମୋ ବସ୍ ପ୍ରବାସୀ ଶମିକଙ୍କ ନେବା ଆଣିବାରେ ଲାଗିଛି ।