ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଏଣିକି ନଭେମ୍ବର ୨ ରୁ ଆଉ ୧୭ ଟି ରୁଟ୍ ରେ ଚାଲିବ ମୋ ବସ । ମହାମାରୀ କରୋନାକୁ ନିୟନ୍ତ୍ରଣ ପାଇଁ ଅଧିକ ବସ ଗଡୁନଥିଲା । କାଁ ଭାଁ କେତୋଟି ବସ୍ ଚାଲୁଥଲା । କିନ୍ତୁ ଏବେ ସ୍ଥିତିରେ ସୁଧାର ଆସିବା ସହ ଯାତ୍ରୀଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଆଉ ୧୭ ଟି ରୁଟ୍ ରେ ଗାଡି ଚଲାଇବାକୁ ନିଷ୍ପତି ନେଇଛନ୍ତି ମୋ ବସ୍ କର୍ତ୍ତୃପକ୍ଷ ।
କ୍ରୁଟର ସୂଚନା ମୁତାବକ, ୧୧ ନଂ ରୁଟ ରେ ନନ୍ଦନ ବିହାରରୁ କାଳକାଟି, ୧୨ ନଂ ରୁଟ୍ ରେ ମାଷ୍ଟରକାଣ୍ଟିନରୁ ନନ୍ଦନକାନନ, ୧୬ ନଂ ରେ ମାଷ୍ଟରକାଣ୍ଟିନ ରୁ ବିଜୁପଟ୍ଟନାୟକ ପାର୍କ, କଟକ,୧୭ ନଂ ରେ ବିଜୁପଟ୍ଟନାୟକ ଏୟାରପୋର୍ଟରୁ ବାରବାଟି ଷ୍ଟାଡିୟମ କଟକ, ୧୮ ନଂ ରେ ବରମୁଣ୍ଡା ରୁ ଜଗତପୁର କଟକ, ୧୯ ନଂ ରେ ଏମ୍ସ ରୁ ଓଏମପି ଛକ, ୨୦ ନଂରୁ ମାଷ୍ଟରକାଣ୍ଟିନ ରୁ ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ।
ସେହିପରି ୨୨ ନଂ ରୁଟରେ ମାଷ୍ଟରକାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ, ୨୩ ନଂରେ ମାଷ୍ଟରକାଣ୍ଟିନରୁ ସମ୍ ହସ୍ପିଟାଲ, ୨୪ ନଂରେ କଳିଙ୍ଗ ବିହାରରୁ ସାଇ ମନ୍ଦିର, ୨୫ ନଂରେ ଡୁମୁଡୁମାରୁ ମଞ୍ଚେଶ୍ୱର, ୨୭ ନଂରେ ମାଷ୍ଟରକାଣ୍ଟିନରୁ ଏମ୍ସ, ୨୮ ନଂରେ ମାଷ୍ଟରକାଣ୍ଟିନରୁ ଘାଟିକିଆ, ୩୦ ନଂରେ ମାଷ୍ଟରକାଣ୍ଟିନରୁ ଗୋଠପାଟଣା, ୩୩ ନଂରେ ମାଷ୍ଟରକାଣ୍ଟିନରୁ ପିପିଲି, ୫୦ ନଂରେ ମାଷ୍ଟରକାଣ୍ଟିନରୁ ପୁରୀ ବସଷ୍ଟାଣ୍ଡ, ଏବଂ ୭୦ ନଂ ରୁଟରେ ମାଷ୍ଟରକାଣ୍ଟିନରୁ କୋଣାର୍କ ଗଡିବ ବସ ।