ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ନୂଆ ସାଇକେଲ ଚଲେଇବାର ମଜା ନିଆରା । ଏହି ମଜା ନେଉଛନ୍ତି ରାଜଧାନୀ ବାସୀ । ସାଇକେଲ ନେବାକୁ ଲୋକଙ୍କ ମନରେ ଲାଗିରହିଛି ଉତ୍ସାହ । ଛୋଟ ପିଲାମାନେ ଚଲେଇବା ପାଇଁ ବସ ଷ୍ଟପ ପାଖରେ ସାଇକେଲ ପାଖକୁ ଆସି ନେଇ ଯାଉଛନ୍ତି । ୫ଦିନ ପାଇଁ ବିନା ମୂଲ୍ୟ ଏହା ମିଳୁଥିବାରୁ ଲୋକଙ୍କ ଭିଡ ଲାଗିଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବସଷ୍ଟପ ପାଖରେ ଥିବା ସାଇକେଲକୁ ନେଇ ଘେରାଏ ଲେଖାଏଁ ବୁଲି ଆସୁଛନ୍ତି ।
ରାଜଧାନୀର ଚାରିଆଡେ ଗଡୁଛି ମୋ ସାଇକେଲ । କେତେକ ଲୋକ ମଟର ସାଇକେଲକୁ ବସଷ୍ଟପ ପାଖରେ ଥୋଇ ନୂଆ ସାଇକେଲର ମଜା ନେବା ପାଇଁ ଆପ ଡାଉନଲୋଡ କରି ସାଇକେଲକୁ ନେଇ ଘେରାଏ ଲେଖାଏଁ ବୁଲିଆସୁଛନ୍ତି । ଅତ୍ୟାଧୁନିକ ସିଷ୍ଟମରେ ତିଆରି ହୋଇଛି ଏହି ସାଇକେଲ । ଅଧଘଣ୍ଟାକୁ ୫ଟଙ୍କା ଲାଗୁହୋଇଛି । ଯେଉଁ ଜାଗାକୁ ଯିବାର ଥିବ ସେ ଜାଗାକୁ ଗଲାପରେ ଅଟୋମେଟିକ ସାଇକେଲ ଲକ ହୋଇଯିବ । ଏହି ସାଇକେଲ ଗଢ଼ିବା ପାଇଁ ରାସ୍ତା କଡରେ ଏକ ଲାଲ ରଙ୍ଗର ଟ୍ରାକ ମଧ୍ୟ ମହିଛି । ରାଜଧାନୀର ସବୁଆଡେ ଏହା ଉପଲବ୍ଧ ଅଛି । ଏହାକୁ ନେବା ପାଇଁ ହେଲେ ଏକ ଆପକୁ ଡାଉନଲୋଡ କରିବାକୁ ପଡିବ । ସାଇକେଲରେ ସେନ୍ସର ଲଗାଯାଇଛି ଯାହାଦ୍ୱାରା ସାଇକେଲ କେଉଁଆଡେ ଯାଉଛି ତାହା ଜଣାପଡିଯିବ ଫଳରେ ଏହାକୁ ଚୋରମାନେ ଚୋରି କରିପାରିବେ ନାହିଁ ।
ରିପୋର୍ଟ ; ଗୁଣନିଧି ବେହେରା