ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଠିକ ସେ ଆରମ୍ଭ ମଧ୍ୟ ହୋଇନି । ଦେଖାଦେଲାଣି ସମସ୍ୟା । ଯାହାକୁ ନେଇ ତାତିଛନ୍ତି ଲୋକେ, ହୋଇଛି ଭଙ୍ଗାରୁଜା । ଆମେ କହୁଛୁ ସରକାରଙ୍କ ପକ୍ଷରୁ ଏଇ କିଛିଦିନ ହେବ ଆରମ୍ଭ ହୋଇଥିବା ‘ମୋ ସାଇକେଲ’ କଥା । ଅଭିଯୋଗ ହୋଇଛି ଏହି ଆପ କାମ କରୁନାହିଁ । ଫଳସ୍ୱରୂପ ସହିଦନଗର ଅଞ୍ଚଳରେ ଥିବା ସାଇକେଲକୁ ଭଙ୍ଗାରୁଜା କରିଥିବା ଭଳି ଘଟଣା ଆଜି ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁସାରେ, ବାୟାବାବା ଛକରେ ଥିବା ଏକ ସାଇକେଲକୁ ନେବା ଲାଗି ଜଣେ ଯୁବକ ପହଞ୍ଚିଥିଲେ । ତେବେ କୌଣସି କାରଣରୁ ସାଇକେଲ ଲକ ଫିଟିନଥିଲା । ବାସ ଏହାପରେ ଉତ୍ତ୍ୟକ୍ତ ହୋଇ ସାଇକେଲକୁ ଭଙ୍ଗାରୁଜା କରାଯାଇଥିବା ସୂଚନା ମିଳିଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇଛି କି’ ନାହିଁ ତାହା ଜଣାପଡିନାହିଁ ।