ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାଧାରଣ ଲୋକଙ୍କ ସହିତ ସରକାର ସିଧା ସଳଖ୍ ଯୋଡି ହେବାକୁ ଆରମ୍ଭ ହେବ ‘ ମୋ ସରକାର’ ଅଭିଯାନ । ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ ସରକାର ଏମିତି ଏକ ଯୋଜନା ନେଇ ଆସୁଛନ୍ତି । ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଏହି ଯୋଜନାର ଶୁଭାରମ୍ଭ ହେବ । ଏନେଇ ସ୍ୱାଧୀନତା ଦିବସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ଏହା ଥାନା, ଡାକ୍ତରଖାନାରେ ଆରମ୍ଭ ହେବ । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଲୋକଙ୍କ ସମସ୍ୟାର ସମଧାନ ।
ସାଧାରଣ ଲୋକଙ୍କ ଅସୁବିଧା ବିଷୟରେ ସରକାର ଫୋନ ମାଧ୍ୟମରେ ପଚାରି ବୁଝିବେ । ଲୋକମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ସମସ୍ୟା ବିଷୟରେ ସରକାରଙ୍କୁ ଅବଗତ କରାଇ ପାରିବେ । ଥାନା ଓ ଡାକ୍ତରଖାନାରେ ଅଧିକାରୀ ମାନେ କିଭଳି ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି । କିଭଳି ଲୋକଙ୍କୁ ବ୍ୟବହାର କରୁଛନ୍ତି ସେ ବିଷୟରେ ସରକାର ଅବଗତ ହେବା ପରେ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସମସ୍ତ ମନ୍ତ୍ରୀ, ବରିଷ୍ଠ ଅଧିକାରୀମାନେ ଲୋକଙ୍କୁ ଫୋନ୍ କରି ସେମାନଙ୍କ ସମସ୍ୟା ବିଷୟରେ ବୁଝିବେ। ସରକାରୀ ଅଫିସରେ ଲୋକ ମାନଙ୍କ ଅନୁଭତି ବିଷୟରେ ମଧ୍ୟ ପଚାରି ବୁଝାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ସବୁ ଥାନାରେ କାର୍ଯ୍ୟକାରୀ ହେବ । ପରେ ଏହା ସବୁ ବିଭାଗରେ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ କାର୍ଯ୍ୟକାରୀ ହେବ ବୋଲି ଜଣା ପଡିଛି ।