ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କାୟା ମେଲାଉଛି କରୋନା । ରାଜଧାନୀ ଭୁବନେଶ୍ୱରରେ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଅନୁଯାୟୀ ଭୁବନେଶ୍ୱରର ଅନେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେହି ଅଞ୍ଚଳ ମାନଙ୍କରେ ଯାତାୟତ ନିଷେଧ । କେହି ଘରୁ ବାହାରକୁ ବାହାରିବେ ନାହିଁ କି ବାହାରୁ ମଧ୍ୟ କେହି ଏହି ଅଞ୍ଚଳରେ ପ୍ରବେଶ କରିବେ ନାହିଁ । ବିଏମସି ପକ୍ଷରୁ ଏହି ଅଞ୍ଚଳମାନଙ୍କରେ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଛି ।
ସେହିପରି ବିଏମସି ଆଉ କାର୍ଯ୍ୟ ହାତକୁ ନେଇଛି । ଏବେ କଣ୍ଟେନମେଣ୍ଟ ଜୋନ୍ ମାନଙ୍କରେ ମୋବାଇଲ ଏଟିଏମ ସେବା ଆରମ୍ଭ କରିଛି ବିଏମସି । ଏହି ମୋବାଇଲ ଏଟିଏମ ସେବା ଆକ୍ସିସ ବ୍ୟାଙ୍କ ପକ୍ଷରୁ କରାଯାଉଛି । ଭୁବନେଶ୍ୱରର ସମସ୍ତ କଣ୍ଟେନମେଣ୍ଟଜୋନ୍ ଅଞ୍ଚଳରେ ଲୋକଙ୍କୁ ଏହି ମୋବାଇଲ ଏଟିଏମ ସେବା ଯୋଗଇ ଦିଆଯିବ ।
ଏହି ମୋବାଇଲ ଏଟିଏମ ସେବା ପାଇଁ ଏକ ଘଣ୍ଟା ଲେଖାଁଏ ସମୟ ଧାର୍ଯ୍ୟ କରାଯାଇଛି । ସେହିଅନୁଯାୟୀ ସୂର୍ଯ୍ୟନଗରରେ ୧୦.୩୦ ରୁ ୧୧.୩୦, ବମିଖାଲରେ ଦିନ ୧୨ ଟାରୁ ଦିନ ଗୋଟେ ଯାଏଁ, ସୁନ୍ଦରପଦାରେ ସକାଳ ୮ ଟାରୁ ୯ଟା ଯାଏଁ ଏବଂ ଯଦୁପୁରରେ ସକାଳ ୯.୧୫ ରୁ ୧୦.୧୫ ଯାଏଁ ଏହି ଏଟିଏମ ସେବା ଯୋଗାଇ ଦିଆଯିବ ।