ପୁରୀ (ଏଟିଆର ବ୍ୟୁରୋ); ଜୁଲାଇ ୧ ରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଜଗନ୍ନାଥ ଧାମ । ସୁସ୍ଥ ହୋଇ ବସିଛନ୍ତି ଶ୍ରୀଜିଉ । ଶ୍ରୀଜିଉଙ୍କ ଅନବସରର ଆଜି ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଦୁଇ ଦିନ ଧରି ଚାଲିଛି ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରୁଛନ୍ତି ଦତ୍ତମହାପାତ୍ର ସେବକ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
ଅନ୍ୟପଟେ ଚଳିତବର୍ଷ କିପରି ଶୃଙ୍ଖଳିିତ ଭାବେ ରଥଯାତ୍ରା ଅନୁଷ୍ଠିତ ହେବ ସେନେଇ ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକ୍ ଡ୍ରିଲ କରାଯାଉଛି । ରଥ ଟଣା ସମୟରେ ଯେପରି କୌଣସ ଅସୁବିଧା ନହୁଏ ଡେମୋ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯାଉଛି ।