ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ନୁଆଦିଲ୍ଲୀ ରକାବଗଞ୍ଜ ସ୍ଥିତ ଗୁରୁଦ୍ୱାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ପହଞ୍ଚିଛନ୍ତି । ସେଠାରେ ମୋଦି ତେଗବାହଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆସିବା ନେଇ କୈାଣସି ସୁଚନା ନଥିବାରୁ ସେଠାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିଲା ।
ମୋଦି ଗୁରୁଦ୍ୱାରରେ ଜଣେ ସାଧାରଣ ଲୋକଙ୍କ ପରି ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ତେଗ ବାହାଦୁରଙ୍କୁ ତାଙ୍କ ସହିଦ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ସହିଦ ଦିବସରେ ସେ ଗୁରୁ ତେଗ ବହାଦୁରଙ୍କ ପ୍ରତି ପ୍ରଣାମ କରିବା ସହ ଶାନ୍ତି ଓ ସୈାହାଦ୍ର୍ଦ୍ୟପୂର୍ଣ୍ଣ ସମାଜ ନିମନ୍ତେ ତାଙ୍କର ପରିକଳ୍ପନା କଥାକୁ ସ୍ମରଣ କରିଛନ୍ତି ।
ଗୁରୁ ତେଗ ବାହଦୁର ୧୬୨୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କର ଆତ୍ମବଳି ଦିବସକୁ “ଗୁରୁ ତେଗ ବାହାଦୁରଙ୍କ ସହିଦ ଦିବସ” ଭାବେ ପାଳନ କରାଯାଇଥାଏ ।ଏହି ସ୍ଥାନରେ ସିଖଙ୍କ ନବମ ଗୁରୁ ତେଗ ବାହାଦୁରଙ୍କ ଅନ୍ତମ ସଂସ୍କାର କରାଯାଇଥିଲା ।