ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ରହିବ ମୈାସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି । ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ୍ କହିଛନ୍ତି,ଏଥର ମୈାସୁମୀ ପ୍ରବାହ ଜନିତ ବର୍ଷା ୯୮% ହେବ ।
ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ କେରଳର ଦକ୍ଷିଣ ଅଞ୍ଚଳକୁ ସ୍ପର୍ଶ କରେ ଏବଂ ସେପ୍ଟେମ୍ବର ସୁଦ୍ଧା ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରେ।ଅନ୍ୟପଟେ ରାଜ୍ୟରେ ତାତି ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଚଳିତବର୍ଷ ଚାରିମାସରେ ସ୍ୱାଭାବିକ ବୃଷ୍ଟିପାତ ୯୬%ରୁ ୧୦୪% ମଧ୍ୟରେ ରହିବ । ପାଣିପାଗ ବିଭାଗର ସୂଚନାଯାୟୀ ସେପ୍ଟେମ୍ବର ମାସରେ ଦେଶରେ ମୈାସୁମୀ ବର୍ଷା ସମ୍ଭାବନାଠାରୁ ଅଧିକ ରହିଥିଲା । ଗତ ୩୦ ବର୍ଷ ମଧ୍ୟରେ ଏହା ଥିଲା ସେପ୍ଟେମ୍ବର ମାସରେ ସବୁଠୁ ଅଧିକ ବୃଷ୍ଟିପାତ।