ପୁରୀ(ଏଟିଆର ବ୍ୟୁରୋ):ବିବାହ ଭୋଜି ଖାଇ ପୁରୀ ଜିଲ୍ଲା କଣାସ ସହନା ଗାଁରେ ୨୦୦ ରୁ ଅଧିକ ଲୋକ ଝାଡାବାନ୍ତି ହୋଇଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ ଗତକାଲି ଗାଁରେ ଭୋଜି ହୋଇଥିଲା । ଗାଁ ଲୋକମାନେ ସେଠାକୁ ଭୋଜି ଖାଇଫେରିବା ପରେ ସମସ୍ତେ ଅସୁସ୍ଥତା ଅନୁଭବ କରିଥିଲେ । ଓ ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କିଛି ଲୋକ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ଆଉ କିଛି ଲୋକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।
ତେବେ ଏହାର ସଂଖ୍ୟାର ଆହୁରି ବଢିବ ବୋଲି ଅନୁମାନ କୁହାଯାଉଛି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାରର ଆତଙ୍କ ଖେଳିଯାଇଛି । ତେବେ ଏମାନଙ୍କୁ ଫୁଡ ପଏଜନ ହୋଇଥିବା ନେଇ ଆଶଙ୍କା କରାଯାଉଛି ।