ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନିକଟରେ ରାଜ୍ୟ ସରକାର ନୂଆ ମୋଟରଯାନ ଆଇନକୁ ୩ମାସ ଘୁଞ୍ଚାଇ ଦେଇଛନ୍ତି । ହେଲେ ଏହାକୁ ନେଇ ଧଡପଗଡ ବନ୍ଦ ହୋଇନି କେବଳ ଗାଡି କାଗଜ ପତ୍ରକୁ ଛାଡିଦେଲେ ଅନ୍ୟ ସବୁ ନିୟମ ଗୁଡିକୁ କଡାକଡି ଭାବେ ଜାଞ୍ଚ କରାଯାଉଛି । ହେଲମେଟ ନପିନ୍ଧିଲେ, ମଦପିଇ ଗାଡି ଚଳାଇଲେ, ସିଟବେଲ୍ଟ ନବାନ୍ଧିଲେ, ବାଇକରେ ଦୁଇଜଣରୁ ଅଧିକ ଯାତ୍ରାକରିବା ଭଳି ନିୟମ ଉଲଘଂନରେ ଆଉ ନିସ୍ତାର ନାହିଁ ।
ବିଶେଷକରି ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ରାଜ୍ୟ ପୋଲିସ ତତ୍ପରତା ପ୍ରକାଶ କରିଛି । ପୋଲିସ ଠାରୁ ମିଳିଥିବା ରିର୍ପୋଟ ଅନୁସାର ଗତ ୩ମାସରେ ୮୫୮୩ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ମଦୁଆ ଚାଳକଙ୍କ ରିର୍ପୋଟରେ ସବୁଠାରୁ ଆଗରେ ଗଞାମ ଜିଲ୍ଲା ରହିଛି । ଗଞାମରେ ସର୍ବାଧିକ ୧୭୯୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀରେ ସର୍ବନିମ୍ନ ମୋଟ ୧୧ ଜଣ ଗତ ତିନି ମାସରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ।