ଝାରସୁଗୁଡା(ଏଟିଆର ବ୍ୟୁରୋ): ଝାଡସୁଗୁଡା ବିମାନ ବନ୍ଦରରୁ ଆଉ ଦୁଇଟି ନୂଆ ସହରକୁ ଉଡିବ ବିମାନ । ଏନେଇ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତି ନିଆଯାଆଛି । ଆଜି ମୁଖ୍ୟ ଶାସନ ସଚିବ ଅସିତ ପାତ୍ରଙ୍କ ଅଧକ୍ଷତାରେ ଲୋକସେବ ଭବନ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକ ବସିଥିଲା । ଏହି ବୈଠକରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଆଉ ଦୁଇଟି ସହର ଯଥା କେଲକାତା ଓ ବାଙ୍ଗାଲୁରୁକୁ ବିମାନ ଉଡିବା ନେଇ ନିଷ୍ପତି ନିଆଯାଇ ଥିବାର ସୂଚନା ମୁଖ ଶାସନ ସଚିବ ଦେଇଛନ୍ତି ।
କିନ୍ତୁ କେବେ ଠାରୁ ଆଉ କେଉଁ ସମୟରେ ଏହି ବିମାନ ଉଡିବ ସେ ବିଷୟରେ କିଛି ସୂଚନା ମିଳି ନାହିଁ । ଏହି ବୈଠକରେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ ରନୱେ ଚଉଡା କରିବା ପାଇଁ ନିଷ୍ପତି ମଧ୍ୟ ନିଆ ଯାଇଛି । ତେବେ ଜୟପୁର ଏୟାରଷ୍ଟ୍ରିପ ରନୱେ ଚଉଡା କରିବା ପାଇଁ ୫୫କୋଟି ଟଙ୍କା ର ଟେଣ୍ଡର ପାରିତ ହୋଇସାରିଛି । ଏୟାରଷ୍ଟ୍ରିପ ରନୱେ ଚଉଡା କରିବା କାମକୁ ତ୍ୱରାନିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକରେ ରାଜସ୍ୱ ସଚିବ, ପୂର୍ତ୍ତ ସଚିବ, ଡିଜିପି, ଏୟାପୋର୍ଟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।