ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଫିସ ସକାଳୁଆ କରାଯିବ । ଏପ୍ରିଲ ୧୦ ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ଜିଲ୍ଲାପାଳ ମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । କଟକ, ଭୁବନେଶ୍ୱର, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଓ ସହରରେ ସବୁ ସରକାରୀ ଅଫିସ୍ ଓ ରାଜସ୍ୱ କୋର୍ଟଗୁଡ଼ିକ ଜୁନ୍ ୧୫ତାରିଖ ପର୍ୟ୍ୟନ୍ତ ସକାଳ ୭ଟାରୁ ଦିନ ୧ଟା ପର୍ୟ୍ୟନ୍ତ ଖୋଲିବ।
ଏହି ଅଫିସ୍ ଅବଧି ମଧ୍ୟରେ ଖାଇବା ପାଇଁ କୌଣସି ସମୟ ରହିବ ନାହିଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଏବେ କରୋନା ମହାମାରୀ ରହିଥିବାରୁ ଅଫିସ ସମୟ ନିଧାର୍ଯ୍ୟ ନେଇ ବିଭିନ୍ନ ଜିଲ୍ଲାରେ ଦ୍ୱନ୍ଦ ଦେଖାଦେଇଥିଲା । ପୂର୍ବରୁ ଗ୍ରୀଷ୍ମ ଅବକାଶ ପାଇଁ ଏହି ନିୟମରେ ରାଜ୍ୟରେ ସମସ୍ତ ଅିସ କାର୍ଯ୍ୟ କରେ । ତେଣୁ ଏବେ ମଧ୍ୟ ଏହି ଧାରାରେ କାର୍ଯ୍ୟ ହେବ । ଏପ୍ରିଲ ୪ ତାରିଖରେ ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦେଶ ପାଳନ କରିବାକୁ କୁହାଯାଇଛି ।