ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ ଜିଆରପି ସହ ମିଶି କମିଶନରେଟ ପୋଲିସ ତଦନ୍ତ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଶ୍ରୀ ଷଡଙ୍ଗୀ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଜିଆରିପି ପୋଲିସର ତଦନ୍ତ ତ୍ୱରାନୀତ ହେଉନାହିଁ । ଯାହାକୁ ନେଇ ଜନସାଧାରଣରେ ସନ୍ଦେହ ରହୁଛି ।
Dear Shri @Naveen_Odisha ji,I request you to kindly instruct the @cpbbsrctc to take up the death of Shri #AdityaDash with the GRP to carry out a joint investigation which is free and fair. pic.twitter.com/tOyaUxoFsM
— Pratap Sarangi (@pcsarangi) July 22, 2020
ତେଣୁ ଏହାକୁ ଜିଆରପି ଓ କମିଶନରେଟ ପୋଲିସ ମିଳିତ ଭାବେ ନିରପେକ୍ଷ ତଦନ୍ତ କରନ୍ତୁ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ପୋଲିସ ଏହା ହତ୍ୟା ନାଁ ଆତ୍ମହତ୍ୟା ତା ଉପରୁ ପରଦା ଉଠାଉ । ଯାହାଫଳରେ ରାଜ୍ୟର ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଆସ୍ଥା ରହିବ ।