ଫୁଲବାଣୀ ( ଏଟିଆର ବ୍ୟୁରୋ): ଫୁଲବାଣୀରେ ଘଟିଛି ବଡ ଅଭାବନୀୟ ଘଟଣା ଜଣେ ଲୋକକୁ ଆଉ ଜଣେ ଲୋକ ଜମିଜମା ମାମଲା ନେଇ ତଣ୍ଟିରେ ଗୋଡ ପକାଇ ହତ୍ୟା କରିିଛି । ଗତକାଲି ବିଳମ୍ବିତ ରାତିରେ ପିପଲଙ୍ଗା ଗ୍ରାମରେ ଏହି ହତ୍ୟାକାଣ୍ଡ ହୋଇଛି । ଉକ୍ତ ଗ୍ରାମର ନୋଜେର ପ୍ରଧାନ ସେହି ଗ୍ରାମର ଯୋଗେସ୍ୱର ପ୍ରଧାନଙ୍କ ସହିତ ଜମିଜମା କାରଣ ନେଇ ପୂର୍ବରୁ ଶତୃତା ଲାଗି ରହିଥିଲା । ଯାହା ଫଳରେ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା ।
କଳି ତୀବ୍ର ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ନୋଜେର ପ୍ରଧାନ ଯୋଗେସ୍ୱର ବେକରେ ପାଦ ପକାଇ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଯୋଗେସ୍ୱରଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣା ସ୍ଥଳରୁ ନୋଜେର ଫେରାର ହୋଇଯାଇଛି । ତେବେ ଖବର ପାଇ ଗ୍ରାମରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଯୋଗେସ୍ୱର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠଟାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।