ଖୁସି କ୍ରିଏସନ ବ୍ୟାନରରେ ର୍ନିମାଣ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ହିରୋ ନଂ ଜିରୋ । ଯାହାର ଶୁଭ ମୁହୁରତ ଏହି ନିକଟରେ ଶହିଦ ନଗର ସ୍ଥିତ ମଧୁବନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ହିରୋ ନଂ ଜିରୋ । ଏହି ସିନେମାଟିକୁ ଶ୍ରୃତି ରଞ୍ଜନ ବିଶ୍ୱାଳ ପ୍ରଯୋଜନା କରୁଥିବା ବେଳେ ଏହାକୁ ନିର୍ଦେଶନା ଦେଉଛନ୍ତି ନିରଂଜନ ବେହେରା । ସେହିଭଳି ସଂଗୀତର ଭାର ସମ୍ଭାଳିଛନ୍ତି ମଳୟ ମିଶ୍ର ।
ସିନେମା ଟିର କାହାଣୀ ମୁଖ୍ୟତ ଗାଁ ପୃଷ୍ଠ ଭୂମିକୁ ନେଇ ତିଆରି ହୋଇଛି । ମଣିଷ ଜୀବନରେ ଗାଁର ଗୁରତ୍ୱ କେତେ ଯେ ଅଧିକ ତାହା ଏଠାରେ ଦେଖାଇବାକୁ ଚେଷ୍ଟା କରାଯାଉଛି । ଏଥିରେ ନାୟକ ଭାବେ ଜ୍ୟାତି ନଜର ଆସୁଥିବା ବେଳେ ତାଙ୍କର ନାୟିକା ସାଜୁଛନ୍ତି ନବାଗତା ଅନୁଷ୍କା । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ପ୍ରତିଭା ପଣ୍ଡା, ଶ୍ରୀତମ୍, ପୃଥିରାଜ, ବାବୁଲା, କେ.ଡି ଙ୍କୁ ଦେଖିବାକୁ ମିଳିବ ।