ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶାର ପ୍ରଖ୍ୟାତ ସଂଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ ହୋଇଛି । ଆଜି ଭୋର ୩ ଟା ବେଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କର ହୃଦଘାତରେ ପରଲୋକ ହୋଇଥିବା ନେଇ ସୂଚନା ମିଳିିଛି । ଶ୍ରୀ ଖୁଣ୍ଟିଆ ବହୁ ଓଡିଆ ଆଲବମରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାରେ ମଧ୍ୟ ତାଙ୍କ ସଂଗୀତର ଯାଦୁ ଦେଖିବାକୁ ମିଳିଛି ।
ଏହି ମହାନ ପ୍ରତିଭା ୧୯୪୭ ମସିହା ଡିସେମ୍ବର ୨୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ଗତକାଲି ରାତିରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ରୀ ଖୁଣ୍ଟିଆଙ୍କ ବିୟୋଗରେ ସାରା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।