ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ପୁଣି ଟ୍ରାଫିକ ନିୟମକୁ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ଡିସେମ୍ବର ୧ ତାରିଖ ଠାରୁ ପୁଣି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସାଧାରଣ ଲୋକଙ୍କ ସୁବିଧାକୁ ନଜରରେ ରଖି ଅବଧି ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ଏନେଇ ଆଜି ମଧ୍ୟ ବିଧାନସଭାରେ ଶୂନ୍ୟ କାଳରେ ଆଲୋଚନା କରିଥିଲେ ଶାସକ ଦଳର ମନ୍ତ୍ରୀମାନେ । ଏହି ଆଇନ ଜିଜିଆ କର ଭଳି ଲାଗୁଥିବା କଥା ମଧ୍ୟ ଉଠିଥିଲା ।
ସୂଚନାଯୋଗ୍ୟ ଗତ ସେପ୍ଟେମ୍ଭର ମାସରେ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆକ୍ଟ କୁ ନେଇ ପ୍ରଥମ ୨ ସପ୍ତାହ ପର୍ଯ୍ୟନ୍ତ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାହାର ଏକ ଉଗ୍ର ରୂପ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ରାଜମହଲ ଛକରେ । ତେବେ ଏହି ଭିତରେ ମଧ୍ୟ କିଛି ସର୍ତ୍ତ ରଖା ଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ସବୁ ନିୟମ । ହେଲମେଣ୍ଟ ନ ପିନ୍ଧି ଗାଡି ଚଳାଇଲେ । ଚାରି ଚକିଆ ଗାଡିରେ ସିଟ ବେଲ୍ଟ ନ ବାନ୍ଧିଲେ । ମଦ ପିଇ ଗାଡି ଚଳାଇଲେ । ଟ୍ରାଫିକ ସିଗନାଲ ନମାନିଲେ । ଦୃତ ଗତିରେ ଗାଡି ଚଳାଇଲେ । ଆବଶ୍ୟକ ଲୋକଙ୍କ ଠାରୁ ଅଧିକ ଲୋକ ଗାଡିରେ ବସାଇଲେ ଏହା ଉପରେ ପୂର୍ବଭଳି ଫାଇନ ଆଦାୟ କରାଯିବ ।