ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ଦୈନିକ ମାମଲାରେ ବୃଦ୍ଧି ଘଟିଛି । ଏହାସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅଧିକ ସଂଖ୍ୟଙ୍କ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବାରମ୍ବାର ସରକାରଙ୍କ ପକ୍ଷରୁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ସତ୍ତର୍କ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବାର ନିଷ୍ପତି ନିଆଯାଇଛି । ଏହାସହିତ ବଟାନିକାଲ୍ ଗାର୍ଡେନ ମଧ୍ୟ ବନ୍ଦ ରହିବ ।
କୋଭିଡ ସଂକମ୍ରଣକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ୍ ଗାର୍ଡେନ । ପରବର୍ତ୍ତି ସ୍ଥିତିକୁ ନେଇ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲି କୁହାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।