ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର । ଏତେ ଦିନ ଯାଏଁ ନବୀନ ବାବୁ କେଉଁଠି ଶୋଇଥିଲେ । ନିର୍ବାଚନ ପାଖେଇ ଆସିବାରୁ ଓଡିଆଙ୍କ ପାଇଁ ଦରଦ ବାହାରୁଛି ବୋଲି ପ୍ରଶ୍ନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତକୁ ନେଇ ଏଭଳି କହିଛନ୍ତି ନରସିଂହ । ସୁରଟରେ ଥିବା ପ୍ରବାସୀ ଓଡିଆଙ୍କୁ ଭେଟିବା ପାଇଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଗୁଜୁରାଟର ସୁରଟରେ ଗଞ୍ଜାମ ଜିଲ୍ଲାର ବହୁ ଓଡିଆ ଲୋକ ରହୁଥିବାରୁ ଏମାନଙ୍କୁ ଭେଟିବା ପାଇଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଦୁଃଖ ସୁଖ ବୁଝିବା ପାଇଁ ଯାଇଛନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆ ଯାଇଥିବା ବେଳେ । ଏହାକୁ ବିରୋଧୀଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି । କାରଣ ଗଞ୍ଜାମ ଜିଲାରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ୁଥିବାରୁ ସେଠାକାର ଭୋଟରଙ୍କ ମନ ମୋହିବା ପାଇଁ ଏହା ଏକ ପ୍ରହସନ ବୋଲି କହିଛନ୍ତି ନରସିଂହ । ଯଦି ଏହି ଲୋକଙ୍କ ପାଇଁ ଏତେ ଦରଦଥିଲା ତେବେ ପୂର୍ବରୁ କେଉଁଠି ଶୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏହା କେବଳ ଲୋକ ଦେଖାଣିଆ ରାଜନୀତି ଯାହାକୁ ଲୋକମାନେ ବୁଝିସାରିଛନ୍ତି । ଏଣୁ ୨୦୧୯ରେ ପରିବର୍ତ୍ତନ ହେବ । ଏବଂ ନିକଟରେ ୫ଟି ରାଜ୍ୟରେ ଯେପରି କଂଗ୍ରେସର ବିଜୟ ସେହିପରି ଓଡିଶାରେ ମଧ୍ୟ ଏହାକୁ ଦଳ ଦୋହରାଇବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।