ବରଗଡ (ଏଟିଆର ବ୍ୟୂରୋ): ପୁଣି ଖରା ନେଲା ଜୀବନ । ଚଗତ ଦୁଇ ଦିନ ତଳେ ଜଣେ ଅଶୁଂଘାତରେ ଜଷର ଦିନ ମଜୁରିଆଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଦିନ ମଜୁରିଆଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଡମ୍ବୁରୀ ବେହୁରୀଙ୍କ ପତ୍ନୀ ତେଜ ବେହୁରୀ (୫୨) । ଉଭୟ ସ୍ୱାମୀ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ସବୁଦିନ ଭଳି ଗତକାଲି ମଧ୍ୟ ସ୍ୱାମୀ ସ୍ତ୍ରୀ କାମ କରିବାକୁ ଯାଇଥିଲେ । କାମ କରୁଥିବା ବେଳେ ହଠାତ ମହିଳା ଶ୍ରମିକ ତେଜ ବେହୁରୀ ଅସୁସ୍ଥ ୂହୋଇ ପଡିଥିଲେ ।
ଫଳରେ ତାଙ୍କୁ ଚିକିତ୍ସା ଲାଗି ବରଗଡ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ଗରିବ ହୋଇଥିବାରୁ ତାଙ୍କ ସ୍ୱାମୀ ସରକାରୀ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨ ଦିନ ଯାଏଁ ଖରା ଏମିତି ବଢିଚାଲିବ ।
ପଶ୍ଚିମ ଓଡିଶାରେ ଦିନବେଳା ଖରା ୪୫ ଡିଗ୍ରୀ ଛୁଉଁଥିବା ବେଳେ ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଦିନ ୧୦ ଟା ପରେ ପଦାକୁ ଗୋଡ କାଢିବାକୁ ଡର ଲାଗୁଛି । ନିହାତି ଆବଶ୍ୟକ ନଥିଲେ ଲୋକେ ପଦାକୁ ବାହାରୁ ନ ଥିବାବେଳେ ଯିଏ ବି ବାହାରୁଛି ମୁଣ୍ଡରେ କପଡା ଓ କଳା ଚଷମା ସହ ପାଣି ବୋତଲ ସାଂଗରେ ନେଇ ଯାଉଥିବା ଦେଖିବାକୁ ମିଳୁଛି ।