ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):୨୦୨୦ ଶେଷ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆଜି ମନର କଥା କହିଛନ୍ତି । ଏହି ବର୍ଷ ଆମ ପାଇଁ ଅନେକ ସଂଙ୍କଟ ଦେଖାଦେଇଥିଲା । ଆତ୍ମନିର୍ଭରଶୀଳ ଭାରତ ସୃଷ୍ଟି କରିବାରେ ଆବଶ୍ୟକତା ରହିଛି । ଦେଶରେ ଅନେକ ଚ୍ୟାଲେଞ୍ଜ ଆସିଥିଲେ ବି ଏଥିରୁ ଆମକୁ କିଛି ଶିଖିବାକୁ ମିଳିଛି ।
୨୦୨୧ ନିମନ୍ତେ ଆମ ଦେଶକୁ ଅଭିନନ୍ଦନ ଓ ଶୁଭକାମନା ଜଣାଇବା । ଏହା ହିଁ ୨୦୨୧ ପାଇଁ ସବୁଠାରୁ ବଡ ଶୁଭକାମନା । ଜନତା କର୍ଫ୍ୟୁ ଭଳି ଅଭିନବ ପରୀକ୍ଷା ବେଳେ ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଥିବା ବେଳେ କରତାଳି ଦେଇ ଦେଶ ଏକତା ପ୍ରଦର୍ଶନ କରିଥିଲା ଓ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇଥିଲା ।
ଯେତେବେଳେ ମୁଁ ଭାରତର ଯୁବକମାନଙ୍କୁ ଦେଖେ ମୁଁ ସେତେବେଳେ ଖୁସି ଓ ଆତ୍ମବିଶ୍ୱାସ ଅନୁଭବ କରେ । କାରଣ ମୋ ଦେଶର ଯୁବକମାନଙ୍କର ଦେଶ ପାଇଁ କିଛି କରିବାର ଇଛା ଥାଏ । ଏହା ବ୍ୟତୀତ ପ୍ରଧାନମନ୍ତୀ ବର୍ଷର ଶେଷ ମନ କର ବାତରେ କାଶ୍ମୀର କେଶର ଭାରତୀୟ ସଂସ୍କୃତି ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ ।