ମୁମ୍ବାଇ (ଏଟିଆର ବ୍ୟୁରୋ) : ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍ ରେ ସୁନାମ ଅର୍ଜନ କରିଥିବା ମଡେଲ୍ ଏବଂ ଅଭିନେତା ଅସୀମ ରିଆଜ୍ ନିକଟରେ ପ୍ରକାଶ କରିଛନ୍ତି କି ତାଙ୍କୁ ଏବେ ପ୍ରଚଳିତ ହେଉଥିବା ରିଆଲିଟି ସୋ’ ବିଗ୍ ବସ୍ ୧୪ର ଅଂଶ ହେବା ପାଇଁ ସୁଯୋଗ ମିଳିଛି । ଏହି ସିଜିନରେ ପୂର୍ବ ସିଜିନର ତିନି ଜଣ ପୂର୍ବତନ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା,ଗୌହର ଖାନ ଏବଂ ହିନା ଖାନଙ୍କୁ ତୋଫାନୀ ସିନିଅର ଭୂମିକାରେ ଅଭିନୟ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ତା ସହ କଳ୍ପନା ମଧ୍ୟ କରାଯାଉଥିଲା କି ଅସୀମ ରିଆଜ୍ ମଧ୍ୟ ବିଗ୍ ବସ୍ ୧୪ର ଅଂଶ ହୋଇପାରନ୍ତି ।
କିଛିଦିନ ପୂର୍ବରୁ ଆସୀମ ଏକ ସାକ୍ଷାତକାରରେ ମିଡିଆ ସାମ୍ନାରେ କହିଛନ୍ତି ସେ ଏହି ଅଫରକୁ କାହିଁକି ପ୍ରତ୍ୟାଖ୍ୟାନ କଲେ । ଅସୀମ କହିଛନ୍ତି ‘ହଁ ମତେ ଅଫର ଆସିଥିଲା କିନ୍ତୁ କଥା ହେଉଛି ମତେ ସେଠାରେ ୧୪୦ ଦିନ ବିତେଇବାକୁ ପଡିବ ।’ସେ ଏହା ମଧ୍ୟ କହିଛନ୍ତି କି ମୋ ଯିବାର ଏଇଟା ଠିକ୍ ସମୟ ନୁହେଁ । ପରେ ଯଦି ମତେ ମୌକା ମିଳେ ମୁଁ ନିଶ୍ଚିନ୍ତ ଯିବି । ମୁଁ ଏବେ ଅତ୍ୟଧିକ ସଚ୍ଚୋଟ ହେବାକୁ ପ୍ରସ୍ତୁତ ନାହିଁ ।
ବିଗ୍ ବସ୍ ରୁ ଫେରିବା ପରେ ଅସିମ୍ ଅନେକ ମ୍ୟୁଜିକ ଭିଡିଓରେ ଅଭିନୟ କରୁଛନ୍ତି । ତାଙ୍କୁ ଶେଷଥର ପାଇଁ ଅରମାନ ମଲ୍ଲିକ ଙ୍କ ‘ଭେହମ’ରେ ଦେଖିବାକୁ ମିଳିଥିଲା ।