ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆଜି ସାରା ଦେଶରେ ପାଳନ କରାଯାଉଛି ଜାତୀୟ ପ୍ରେସ ଦିବସ । ସାମ୍ବାଦିକଙ୍କ ଅଧିକାର ଏବଂ ସ୍ୱାଧୀନତାକୁ ନେଇ ଏହି ଦିବସ ପାଳନ ହେଉଛି । ସାରା ଦେଶରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଆଜି ହେଉଛି ଖୁସି ଦିନ । ଜଣେ ସାଧାରଣ ଲୋକର ଜନ୍ମଦିନ ଯେପରି ଏକ ଖୁସିର ଦିନ ସେହିପରି ଆଜିର ଦିନଟି ସାମ୍ବାଦିକମାନଙ୍କ ପାଇଁ ଏକ ଖୁସିର ଦିନ । କିନ୍ତୁ ସବୁ ଦିନ ଏମାନଙ୍କ ଜୀବନରେ ଦୁଃଖ ଭରି ରହିଥାଏ । ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ସବୁବେଳେ ନଜରକୁ ଆସୁଛି ସାମ୍ବାଦିକଙ୍କୁ ମାଡ ମାରିବା ଘଟଣା । ନିକଟ ଅତୀତରେ ବହୁ ଉଦାହରଣ ରହିଛି । ସତ୍ୟର ସମ୍ନା କରି ଲୋକଙ୍କ ପାଖରେ ଖବର ପହଁଞ୍ଚାଇବାକୁ ଯାଇ ଏମାନଙ୍କୁ ମାଡ ଖାଇବାକୁ ପଡୁଛି । ସମ୍ବିଧାନର ଚତୁର୍ଥ ସ୍ତମ୍ବ ବୋଲାଉଥିବା ସାମ୍ବାଦିକତା ଉପରେ ବଢ଼ି ଚାଲିଛି ଅତ୍ୟାଚାରର ଭାର ।
କେତେକ ରାଜନେତା ମାନେ କରୁଥିବା ଭୁଲକୁ ଲୋକ ଲୋଚନକୁ ଆଣିବା ପାଇଁ ଚେଷ୍ଟା କରୁଥିବା କାର୍ଯ୍ୟରତ ସମ୍ବାଦିକ ମାନେ ସବୁବେଳେ ମାଡ ଖାଇବାର ସିକାର ହୋଇଥାନ୍ତି । ନିକଟ ଅତୀତରେ ବାଲେଶ୍ୱରରେ ବିଧାୟକ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ ମାରିଥିବା ଦେଖିବାକୁ ମିଳିଥିବା ବେଳେ ଏଟିଆର ନ୍ୟୁଜର କାର୍ଯ୍ୟରତ ସାମ୍ବାଦିକ ପ୍ରସାନ୍ତ ମିଶ୍ରଙ୍କ ଉପରେ ବୋମା ମାଡ ଘଟଣା ନଜର ଆସିଥିଲା । ତେବେ ଆଜି ସାରା ରାଜ୍ୟରେ ପ୍ରେସ ଦିବସ ପାଳନ ହେବାକୁ ଥିବା ବେଳେ ଗତକାଲି ନୟାଗଡରେ ମଧ୍ୟ ଓଟିଭିରେ କାର୍ଯ୍ୟରତ ସାମ୍ବାଦିକ ସତ୍ୟନାରାୟଣ ସୁରଜଗଦ୍ଦେବଙ୍କ ଉପରେ ମାଡ ହେବା ସହ ତାଙ୍କ ବୁମ ଏବଂ କ୍ୟାମେରା ଛଡେଇ ନେଇଥିବା ଅଭିଯୋଗ ହୋଇଛି ।
ତେବେ ପ୍ରଶ୍ନ ଉଠିଛି ଜନସାଧାରଣଙ୍କ ପାଖରେ ଖବର ପହଁଞ୍ଚାଇବା କଣ ଭୁଲ ? ସତ୍ୟର ସାମ୍ନା କରିବା ପାଇଁ କଣ ମାଡ ଖାଇବା ନିହାତି ଦରକାର ? ନ୍ୟାୟ ପାଇବା ପାଇଁ ଲଢ଼ୁଥିବା ନିରିହ ଲୋକ ପାଖରେ ଠିଆ ହୋଇ ତା ସାଥ ଦେବା କଣ ଜଣେ ସାମ୍ବାଦିକର ଏତେ ବଡ ଭୁଲ ? ଯେଉଁ କାରଣରୁ ସମ୍ବାଦିକଙ୍କ ଉପରେ ପଡୁଛି ବୋମା । ଏଭଳି ଅନେକ ପ୍ରଶ୍ନ ମନକୁ ଆସୁଥିବା ବେଳେ ସତ୍ୟର ସାମ୍ନା କରିବା ପାଇଁ ଏମାନେ ନିଜର ଜୀବନକୁ ବାଜିରେ ଲଗାଇବାକୁ ମଧ୍ୟ ପଛାଇ ନଥାନ୍ତି । ଗତ କିଛିଦିନ ତଳେ ମଧ୍ୟ ନଜର ଆସିଥିଲା କି ଦୂର ଦର୍ଶନରେ କାର୍ଯ୍ୟ କରୁଥିବା ପଟୋଗ୍ରାଫର ଅଚ୍ୟୁତ ସାହୁଙ୍କୁ ନକ୍ସଲଙ୍କ ଗୁଳିରେ ଖାଇବାକୁ ପଡିଥିଲା ।