ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମୁକାବିଲା କରୁଛନ୍ତି ରାଜ୍ୟ ସରକାର । କରୋନା ପାଇଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଏଥିରେ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟର ୧୧୪ ଟି ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବା ପାଇଁ ଏହି ବଡ ଘୋଷଣା ହୋଇଛି । ଏଥିରି ଗରିବ, ଦିନମଜୁରିଆ ଏବଂ ଶ୍ରମିକ ଶ୍ରେଣୀର ଲୋକେ ତଥା ସାଢେ ଚାରି ଲକ୍ଷ ପରିବାର ସହାୟକ ହେବେ ।
ଏପ୍ରିଲ ମାସରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ସେପ୍ଟମ୍ବର ମାସ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମର ନାଁ ରହିଛି ଅର୍ବାନ୍ ୱେଜ ଏମ୍ଲୋୟମେଣ୍ଟ ଇନିସିଏଟିଭ । ଏହାକୁ ମିଶନ ଶକ୍ତିର ସହଭାଗିତାଙ୍କ ଦ୍ୱାରା ତ୍ୱରାନ୍ୱିତ କରାଯିବ । ଏହାଦ୍ୱାରା ହିତାଧିକାରୀଙ୍କ ମଜୁରୀ ଟଙ୍କା ପ୍ରତ୍ୟେକ ସପ୍ତାହରେ ସେମାନଙ୍କ ଖାତାକୁ ଯିବ ।