ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ନିର୍ବାଚନ ଅଧିକାରୀ ସିଇଓଙ୍କୁ ଆଜି ଭେଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ କାଳିଆ ଟଙ୍କା ବନ୍ଦ କରାଯିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ସିଇଓଙ୍କୁ ୂସାକ୍ଷାତ କରିଛନ୍ତି । ସିଇଓଙ୍କୁ ସାକ୍ଷାତ କରିବା ପରେ ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ଯୋଗୁ କାଳିଆ ଟଙ୍କା ପାଇ ପାଇ ପାରିଲେ ନାହିଁ । କୃଷକ ମାନେ ଏହାର ଉଚିତ ଜବାବ ଅଗାମୀ ନିର୍ବାଚନରେ ଦେବେ ବୋଲି କହିଛନ୍ତି ।
କାଳିଆ ଟଙ୍କା ଅଟକା ଯିବା ବଡ ଦୁର୍ଭାଗ୍ୟର କଥା ବୋଲି ମୁଖ୍ୟମନ୍ତ୍ରୀ କ୍ଷୋବ ପ୍ରକାଶ କରିଛନ୍ତି । କେନ୍ଦ୍ର୍ରୀୟ ଯୋଜନା ଚାଲୁଛି କିନ୍ତୁ କାଳିଆକୁ ଯାଇଛି ବୋଲି ସିିିଇଓଙ୍କୁ ଅବଗତ କରାଇଛି ବୋଲି ନବୀନ ପ୍ରତିକ୍ରିୟାରେ କହିଛନ୍ତି । ସୁଚନାଯୋଗ୍ୟ ନିର୍ବାଚନ ଆଚରଣ ବିଧି ଲାଗୁହେଲା ପରେ କେମତି ବିଜେଡି କାଳିଆ ଟଙ୍କା ଦଉଛି ବିଜେପି ଅଭିଯୋଗ କରିଥିଲା ଏବଂ ଏହାକୁ ବନ୍ଦ କରିବା ପାଇଁ ଦାବୀ କରିଥିଲା ବିଜେପି ।