ଭୁବନେଶ୍ୱର(ଏଟିଆର ବ୍ରୁରୋ): ଛାତ୍ରଛାତ୍ରୀମାନେ ଅଧାରୁ ସ୍କୁଲ ଛାଡିବା ହାରରେ ରାଜ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି । ରାଜ୍ରରେ ଡ୍ରପ ଆଉଟ ହାର ୪.୭୫ ପ୍ରତିଶତ ରହିଛି । ସ୍କୁଲ ଡ୍ରପ ଆଉଟ ସମ୍ପର୍କରେ ପ୍ରଶ୍ନ ଉତ୍ତର ଦେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବିଧାନସଭାରେ ସୂଚନା ଦେଇଛନ୍ତି ।
ଗତବର୍ଷ ନବରଙ୍ଗପୁର ଜିଲ୍ଲାର ଡ୍ରପଆଉଟ ଆର ୧୧.୨୧ ପ୍ରତିଶତ ରହିଥିବାବେଳେ ଚଳିବର୍ଷ ଏହା ୧୩.୩୫% କୁ ବୃଦ୍ଧି ପାଇଛି । ବିଧାନସଭାରେ ମହାଲିଙ୍ଗ ସ୍କୁଲ ଡ୍ରପ ଆଉର୍ଟ ସମ୍ପର୍କରେ ପଚାରିବପାରୁ ସମରୀ ଦାଶ ଉତ୍ତରରେ କହିଛନ୍ତି ଅଧାରୁ ପାଠ ପଢା ଛାଡିବାରେ ନବରଙ୍ଗପୁର ଜିଲ୍ଲା ରାଜ୍ୟର ପ୍ରଥମ ସ୍ଥାନରେ ରହିଛି ।
ତେବେ ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି ମାଲକାନଗିରି ଜିଲ୍ଲା ଓ ଗଜପତି ଜିଲ୍ଲା । ଗଜପତି ଜିଲ୍ଲାରେ ଡ୍ରପ ଆଉଟ ହାର ରହିଛି ୯.୩୭% ।ଏବଂ ମାଲକାନଗିରିରେ ରହିଛି ୧୩% । ଏହି ୩ ଟି ଜିଲ୍ଲା ପଛରେ ରହିଛି କୋରାପୁଟ,ମୟୂରଭଞ୍ଜ,କନ୍ଧମାଳ,ନୂଆପଡା ଓ ସୁନ୍ଦରଗଡ ଜିଲ୍ଲା ରହିଛି ।