ଭୁବନେଶ୍ୱର (ଏଟିଆର ବ୍ୟୁରୋ); ୭ଟି ଜିଲ୍ଳାରେ NCPCR ଟିମର ତଦନ୍ତ ଜାରି କରିଛି । କେନ୍ଦ୍ରରୁ ଆସିଥିବା ୩ଟି ଟିମ ତନାଘନା କରିଛନ୍ତି । ଏହି ଟିମ ସେଲଟର ହୋମରେ ଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି । ଗତକାଲି ୯ଟି ଟିମ୍ ରାଜ୍ୟରେ ଥିବା ୫୬ଟି ସେଲଟର ହୋମ ବୁଲି ସ୍ଥିତି ପରଖିବେ । ଏକ ରିପୋର୍ଟ ପ୍ରସ୍ତୁତି କରିବା ପରେ ଏହାକୁ କେନ୍ଦ୍ର ସରକାରଙ୍କୁ ଗୋଟିଏ କପି ଏବଂ ଆଉ ଗୋଟିଏ ସୁପ୍ରିମ କୋର୍ଟ ସମ୍ମୁଖରେ ପ୍ରଦାନ କରିବେ ବୋଲି ସୂଚନା ସେଇଛନ୍ତି । ଆଜି ୭ଟି ଜିଲ୍ଳା ଥିବା ସେଲଟର ହୋମର ସ୍ଥିତି ପରଖିବା ପରେ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ ବୋଲି ସୂଚନା ଦିଆଯାଇଛି ।
ଗତକାଲି ଏହି ଟିମ ଭୁବନେଶ୍ୱରରେ ପହଁଞ୍ଚିବା ପରେ ଆଜି ସକାଳୁ ସେଲଟର ହୋମ ବୁଲି ତଦାରଖ ଚଳାଇଛନ୍ତି । ବେଲଟିକିରି ସେଲଟର ହୋମରେ ଅନାଥ ନାବାଳିକାଙ୍କ ଉପରେ ଅତ୍ୟାଚାର ହେବା ପରେ ରାଜ୍ୟରେ ସମସ୍ତ ଜିଲ୍ଳାରେ ଥିବା ସେଲଟର ହୋମ ଉପରେ ପ୍ରଶ୍ନ ଉଠିଥିଲା । ଏହା ଫଳରେ ଘଉଚଉଜକୁ ଚିଠି କରିବା ପରେ କେନ୍ଦ୍ରରୁ ଏହି ଟିମ ଆସି ତଦନ୍ତ ଜାରି କରିଛନ୍ତି ।