କଟକ ( ଏଟିଆର ବ୍ୟୁରୋ): ଭାରପ୍ରାପ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା । ଆଜି କଟକଠାରେ ଥିବା ରାଜ୍ୟ ପୁଲିସ ମୁଖ୍ୟାଳୟରେ ଭାରପ୍ରାପ୍ତ ଡିଜିଭାବେ ବିଜୟ କୁମାର ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ହେଉଛନ୍ତି ବିଜୟ କୁମାର ଶର୍ମା। ସେ ସୁନ୍ଦରଗଡ଼, ଫୁଲବାଣୀ ଓ ସମ୍ବଲପୁରରେ ଏସ୍ପି ଭାବେ କାର୍ୟ୍ୟ ତୁଲାଇ ସାରିଛନ୍ତି ।
୧୯୯୯ ରୁ ୨୦୦୬ ପର୍ୟ୍ୟନ୍ତ ସେ ଡେପୁଟେସନରେ କେନ୍ଦ୍ର ରେ କେନ୍ଦ୍ରରେ କାର୍ଯ୍ୟ କରି ସାରିଛନ୍ତି। ସେହିଭଳି ଓଡିଶା କ୍ୟାଡରରେ ସିବିଆଇର ଉପ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିଛନ୍ତି । ୨୦୦୮ରୁ ୨୦୧୨ ପର୍ୟ୍ୟନ୍ତ ଭୁବନେଶ୍ବର-କଟକ ପୋଲିସ କମିଶନର ଭାବେ କାର୍ଯ୍ୟ କରିସାରିଛନ୍ତି । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ପୂର୍ବତନ ପୋଲିସ ଡିଜି ଆର.ପି. ଶର୍ମା ।