ଭୁବନେଶ୍ୱର ( ଏଟିଆର ବ୍ୟୁରୋ); ଆଉ ମାତ୍ର ୨ ଦିନ ଗଲେ ଲକ ଡାଉନ ଅବଧି ଶେଷ ହେବ । ଆଗକୁ ଏଇ ଅବଧି ବଢିବ କି ନାଁ ତାହା ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ତେବେ ଏହି ଭିତରେ ଏବେ ଟ୍ୱିନସିଟି କମିଶନରେଟ ପୋଲିସ ପକ୍ଷରୁ ନୂଆ ଗାଇଡ ଲାଇନ ଜାରି କରାଯାଇଛି । ଟେଉଁଥିର ଆଗାମୀ ୬୦ ଦିନ ପାଇଁ କଟକଣା କରାଯାଇଛି ।
ଗାଇଡ ଲାଇନ ଅନୁସାରେ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବଧାନ ୨ ମିଟର, ସବୁ ବାଣିଜ୍ୟକ ପ୍ରତିଷ୍ଠାନ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପଦକ୍ଷେପ ନେବେ, କଟକ ଭୁବନେଶ୍ୱର ପୌରନିଗମ ଠାରୁ ଅନୁମିତି ପାଇନଥିବା ଦୋକାନ ଖୋଲିବ ନାହିଁ । ସେହିଭଳି ଦିଆଯାଇଥିବା ସମୟ ମଧ୍ୟରେ ଦୋକାନ ବନ୍ଦ ନକଲେ କାର୍ଯ୍ୟାନୁଷ୍ଠାନ ।
ଗ୍ରାହକ ମାନେ ଦୋକାନ ବଜାରକୁ ଯାଇ ସଉଦା କିଣାକିଣି କଲାବେଳେ ସାମଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ । ଯଦି ଗ୍ରାହକ ଦୋକାନୀଙ୍କ କଥା ନମାନନ୍ତି ତେବେ ଦୋକାନୀ ଏନେଇ ତୁରନ୍ତ ୧୦୦ ନମ୍ଭରକୁ କଲ କରିବାକୁ କୁହାଯାଇଛି । ସେହିଭଳି ଯଦି ଦୋକାନ ଆଗରେ ଗ୍ରାହକ ସାମାଜିକ ଦୂରତା ଭାଙ୍ଗିଲେ ତେବେ ଦୋକାନୀ ଏଥିପାଇଁ ଦଣ୍ଡିତ ହେବେ । ସବୁ ଦୋକାନୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ।
Under Section 28 (xii) of the Urban Police Act Commissioner of Police has, with the sanction of the State Government, laid down a set of regulations to enforce social distancing in busy market areas of Bhubaneswar & Cuttack.@SarangiSudhansu @dcpbbsr @DCP_CUTTACK @sagarika_nath pic.twitter.com/tsEYfC1S3d
— COMMISSIONERATE POLICE (@cpbbsrctc) April 30, 2020
ଯଦି କେହି ଏହି ନିୟମ ଉଲ୍ଲଘଂନ କରନ୍ତି ତେବେ ଧାରା ୯୬ ଡିରେ ସେମାନଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଆଜିଠାରୁ ଏହି ନିୟମ ୬୦ ଦିନ ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ଟ୍ୱିଟ କରି ସୂଚନା ଦେଇଛି ।