ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ ଡାଉନ ଏବେ ଚାଳଉ ରହିଛି । ଏହି ଅବସରରେ କେନ୍ଦ୍ର ସରକାର କିଛି କୋହଳ କରିଛନ୍ତି । ମାତ୍ର ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ବାହାରକୁ ଆସିବାକୁ ବାରଣ କରାଯାଇଛି । ଏହି ସମୟରେ ଏକ ପ୍ରକାର କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ଏହାକୁ ନେଇ ଏବେ କମିଶନରେଟ ପୋଲିସ ପକ୍ଷରୁ କରାଯାଇଥିବା ଏକ ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । କମିଶନରେଟ ପୋଲିସ ଏକ ଟ୍ୱିଟରେ ଉଲ୍ଲେଖ କରି କୁହାଯାଇଛି ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଭୂତଙ୍କୁ ବୁଲିବାକୁ ଅନୁମତି ଦିଆଯାଇଛି ।
Only Ghosts are allowed to roam around between 7 PM to 7 AM. And you are not one!#StayHome #StaySafe #OdishaFightsCorona #SocialDistancing #7PMTO7AM@SarangiSudhansu @dcpbbsr @DCP_CUTTACK @sagarika_nath @odisha_police pic.twitter.com/k45bUTjAhJ
— COMMISSIONERATE POLICE (@cpbbsrctc) May 6, 2020
ଏହି ସମୟରେ କେବଳ ଭୂତ ବୁଲିବେ । ସେମାନଙ୍କ ମଧ୍ୟରେ ଆପଣ ନୁହଁନ୍ତି । ତେବେ କମିଶନରେଟ ପୋଲିସ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟକୁ ଅନେକ ରିଟ୍ୱିଟ କରୁଛନ୍ତି । ଅନେକ କୌତୁହଳ ପ୍ରଶ୍ନ ମଧ୍ୟ ପଚରାଯାଉଛି । କିଛି ସାମ୍ବାଦିକ ଲେଖିଛନ୍ତି ଆମେ ଭୂତ ନୁହଁ । ଏମିତିକି ନିୟମରେ କେତେବେଳେ ଭୂତ ଯୋଡିହେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଏହି ନିକଟରେ ଟ୍ୱିନସିଟି କମିଶନରେଟ ପୋଲିସ ଏକ ଟ୍ୱିଟ କରି ନିବଦେନ କରିଥିଲେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବା ପାଇଁ ।