ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା ପ୍ରକୋପ । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ମାସ ଲାଗି ସରକାରୀ କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି ।
ଜାରି କରାଯାଇଥିବା ନୂତନ ଗାଇଡଲାଇନ ମୁତାବକ, ଭୁବନେଶ୍ୱର ଏବଂ କଟକରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । ଏହାସହିତ ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଅଫିସ ଆସିବେ । ଅନ୍ୟପଟେ ଶନିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ସେହିପରି ବିଜ୍ଞାପନରେ ଆହୁରି ମଧ୍ୟ ଦର୍ଶାଯାଇଛି କି, ନୂଆବର୍ଷ ଅବସରରେ ଅଫିସରେ ଅଧିକାରୀମାନେ ଏକାଠି ହୋଇପାରିବେ ନାହିଁ । କେବଳ ଭର୍ଚୁଆଲ ମାଧ୍ୟମରେ ହିଁ ନବବର୍ଷର ଶୁଭେଚ୍ଛା ଜଣାଇବେ ।