ଭୂବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ମହାମାରୀ ମଧ୍ୟ ରେ ଅନେକ ଜିନିଷରେ ପରିବର୍ତ୍ତନ ଘଟିଥିବା ବେଳେ ବଦଳିଛି କର୍ମଚାରୀମାନଙ୍କର କାମ କରିବାର ଶୈଳୀ । ଯେଉଁଥିରେ ମହିଳାଙ୍କ ଦରମାଠୁ ଆରମ୍ଭ କରି ସେମାନଙ୍କ କାମ କରିବାର ତରିକାକୁ ଗୁରୁତ୍ୱ ଦିଆଯାଇ ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ ଏହାରି ଭିତରେ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ମହିଳା କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ।
ଏଣିକି ମହିଳାଙ୍କୁ ଖଣି ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାମ କରିବାର ସ୍ୱାଧୀନତା ମିଳିବ । ଏବଂ ଦରମା କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ପୁରୁଷ ଭଳି ସମାନ ମାନ୍ୟତା ଦିଆଯିବ । ଏହାଛଡ଼ା ଆଧାର ଲିଙ୍କ ଆକାଉଂଟରେ ଡ଼ିଜିଟାଲ ପେମେଣ୍ଟ ଦ୍ୱାରା ମହିଳାଙ୍କ ପାଇଁ ସମାନ ଦରମା ଏବଂ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରାଯିବ ।
ଶ୍ରମ ମନ୍ତ୍ରାଳୟ ପକ୍ଷରୁ ସଂସଦରେ ଏକ ନୂଆ ଶ୍ରମ କୋଡ଼ର ପ୍ରସ୍ତାବ ଦିଆଯାଇଛି । ତେବେ କେନ୍ଦ୍ର ସରକାରଙ୍କ ଏହି ନୂଆ ଲେବର କୋଡ଼ର ସବୁଠାରୁ ଅଧିକ ଫାଇଦା ମହିଳାମାନଙ୍କୁ ମିଳିବ । ଯାହାକି କାର୍ଯ୍ୟରତ ମହିଳାମାନଙ୍କୁ ବେଶ୍ ଲାଭ ମିଳିବ ।