ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀରେ ତିଆରି ହେବ ଦୁଇଟି ଓଭରବ୍ରିଜ୍ ।କଳିଙ୍ଗ ହସ୍ୱିଟାଲ ନିକଟରୁ ରେଳସଦନ ଛକ ପର୍ଯ୍ୟନ୍ତ ଓ ଡମଣା ଛକ ନିକଟରୁ ଚନ୍ଦ୍ରଶେଖର ଥାନା ପର୍ଯ୍ୟନ୍ତ ଆଉ ଏକ ଫ୍ଲାଏଓଭର ରହିବ । ଜୟଦେବ ବିହାର ଛକରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ ଜାମକୁ ଦୁରକରିବା ପାଇଁ ଏହି ଦୁଇଟି ନୂଆ ଫ୍ଲାଏଓଭର ତିଆରି ହେବ ।
ଏହି ଫ୍ଲାଏଓଭର ୬ ଲେନ ବିଶିଷ୍ଟ ହେବ ବୋଲି କୁହାଯାଇଛି ।ଏହି ଫ୍ଲାଏଓଭର ତିଆରି ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।ଏହି ଫ୍ଲାଏଓଭର କଳିଙ୍ଗ ହସ୍ପିଟାଲ ଛକ ଡେଇଁ ଏହା ରେଳବିହାର ଯାଏ ଯିବ । ଏହି ଫ୍ଲାଏଓଭରର ଲମ୍ବା ପ୍ରାୟ ୬୦୦ ମିଟର ହେବ । ପ୍ରକଳ୍ପ ପାଇଁ ୪୦ କୋଟି ଟଙ୍କା ବ୍ୟୟ ମଗାଯାଇଛି ।
ଏହାବ୍ୟତୀତ ଡମଣା ଛକ ପାଖରୁ ଆଉ ,ଏକ ଫ୍ଲାଇଓଭର ତିଆରି ହେବ । ଏହା ଚନ୍ଦ୍ରଶେଖରପୁର ଥାନା ଛକରକ୍ଲବଟାଉନ୍ ଆପାର୍ଟମେଣ୍ଟ ଯାଏ ଏହା ଲମ୍ବିବ । ଏହି ଦ୍ୱିତୀୟ ଫ୍ଲାଏଓଭରର ଦୂରତା ପ୍ରାୟ ୭୫୦ ମିଟର ପର୍ୟ୍ୟନ୍ତ ରହିବ । ଏହି ଦ୍ୱିତୀୟ ଫ୍ଲାଏଓଭରର ଦୂରତା ପ୍ରାୟ ୭୫୦ ମିଟର ପର୍ୟ୍ୟନ୍ତ ରହିବ । ପ୍ରକଳ୍ପରେ ୪୫କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ହୋଇଛିି ।