ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟର ୧୬ଟି ଜିଲ୍ଲାରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁର ,ଅନୁଗୁଳ, ଢେଙ୍କାନାଳ, ଓ କୋରାଫୁଟରୁ ୨ ଜଣ ଲୋଖାଏଁ , ଯାଜପୁରରୁ ୭, ନୟାଗଡରୁ ୪, କଟକରୁ ୫, ବଲାଙ୍ଗିରୀ ୫, ସୋନପୁର ଓ କେନ୍ଦ୍ରାପଡାରୁ ୩ କେନ୍ଦୁଝର, ପୁରୀ , ନୂଆପଡା, ଗଞ୍ଜାମରୁ ଜଣେ ଲୋଖାଏଁ ପଜେଟିଭ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 6th JUNE
New positive cases: 75
In quarantine: 72
Local contacts: 3(Details of local contacts will be shared by concerned District Administration)
1. Jagatsinghpur: 2
2. Khordha: 18
3. Koraput: 2
4. Jajpur: 7
5. Keonjhar: 1
6. Ganjam: 1
7. Nayagarh: 4— I & PR Department, Odisha (@IPR_Odisha) June 7, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ସେହିପରି ୧୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୨୯ଟି ସକ୍ରିୟ କେସ ରହିଛି । ଅନ୍ୟପଟେ ଆଜି ଗଞ୍ଜାମରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।
8. Cuttack: 5
9. Angul: 2
10. Dhenkanal: 2
11. Bolangir: 5
12. Sundargarh: 18
13. Puri: 1
14. Nuapada: 1
15. Sonepur: 3
16. Kendrapada: 3
Total- 75New recoveries: 112
Cumulative tested: 176098
Positive: 2856
Recovered: 1716
Active cases: 1129— I & PR Department, Odisha (@IPR_Odisha) June 7, 2020