ପୁରୀ(ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆଜିଠାରୁ ନୂଆ ଏସଓପି ଜାରି କରାଯାଇଛି । ଜଗା ଦର୍ଶନ ପାଇଁ କଟକଣା କଡାକଡି ଭାବେ ପାଳନ କରାଯାଇଛି । ଆଜିଠାରୁ ବାହାର ରାଜ୍ୟରୁ ଆସୁଥିବା ଜଗା ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ କେବଳ ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଏହା ଲାଗୁ କରାଯାଇଥିବାବେଳେ ଏବେ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହ ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ଯାଉଛନ୍ତି ରାଜ୍ୟବାସୀ । ତେବେ ୪ଟି କିଓସ୍କି କାଉଣ୍ଟରରେ ଯାଞ୍ଚ ଚାଲିଥିବାବେଳେ ୩ ଟି କାଉଣ୍ଟରରେ ରାଜ୍ୟବାସୀଙ୍କ ପରିଚୟପତ୍ର ଯାଞ୍ଚକରାଯାଉଛି । ଅନ୍ୟ କାଉଣ୍ଟରରେ ବାହାର ଭକ୍ତଙ୍କ ପାଇଁ କୋଭିଟ ରିପୋର୍ଟ ଯାଞ୍ଚ ଚାଲିଛି ।
ପୁରୀରେ ସଂକ୍ରମିତ ସଂଖ୍ୟା ବଢୁଥିବା ନେଇ ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଭକ୍ତକାନେ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ । କେବଳ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ । ଅଗ୍ନିଶମ ବାହିନୀ,ପୈାର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ୱାର, ଜେତା ଷ୍ଟାଣ୍ଡ , ବ୍ୟରିକେଡ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଥିଲା ।