ଯାଜପୁର (ଏଟିଆର ବ୍ୟୁରୋ): ସମାଜରେ ତୃତୀୟ ଲିଙ୍ଗୀ ଭାବେ ପରିଚିତ କିନ୍ନର ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ସମାଜରେ ସ୍ୱତନ୍ତ୍ର ପରିଚୟ ଦେବା ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । କିଛି ଦିନ ତଳେ କିଛି କିନ୍ନମାନଙ୍କୁ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଦିଆଯାଇଥିବାର ଦେଖାଯାଉଥିବା ବେଳେ ଆଉ କିଛି କିନ୍ନରକୁ ଟୋଲ ଗେଟଠାରେ ଟଙ୍କା ଆଦାୟ କରୁଥିବାର ଦେଖିବାକୁ ମିଳୁଛି । ତେବେ ଆଜି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପରିବର୍ତ୍ତନ ବାହିନୀ ନାମକ ଏକ ସଂଗଠନ କରିଛନ୍ତି ।
ଯେଉଁଥିରେ ସମାଜର ତୃତୀୟ ଲିଙ୍ଗୀ ଭାବେ ପରିଚିତ କିନ୍ନରମାନେ ସରକାରଙ୍କର ସମସ୍ତ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବେ । ଏହି ସଂଗଠନ ଗଠନ କରିବା ଫଳରେ ସଭିଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚିବା ସହ ଯୋଜନା ବାଟମାରଣା ହେବ ନାହିଁ ବୋଲି ସଭିଏଁ ଆଶା ବ୍ୟକ୍ତ କରିଛନ୍ତି । ଯାଜପୁରରେ ବାସ କରୁଥିବା କିନ୍ନର ମାନଙ୍କ ସହ ଆଲୋଚନା କରି ଏହି ପରିବର୍ତନ ବାହିନୀ ଗଠନ କରି ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାମାନ କିପରି ସାଧାରଣ ଲୋକଙ୍କ ପାଖରେ ପହଂଚାଇବାକୁ ଚେଷ୍ଟା କରିଛନ୍ତି । ସମସ୍ତ ସରକାରୀ ଯୋଜନା ସାଧାରଣ ଲୋକଙ୍କ କାର୍ଯ୍ୟରେ ଆସିବା ସହ ବିଭିନ୍ନ ଆବାସ ଯୋଜନାରେ କିପରି ହିତାଧିକାରୀମାନେ ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ କରିବେ ସେଥି ନିମନ୍ତେ ଏହି ବାହିନୀ ଗଠନ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।