କଟକ ( ଏଟିଆର ବ୍ୟୁରୋ): ଲୋକସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ଆଣିଥିବା ପିଟିସନର ଶୁଣାଣୀ ଆସନ୍ତା ଅକ୍ଟୋବର ୧୨ କୁ ଘୁଞ୍ଚିଲା । ଏନେଇ ସୂଚନା ଦେଇଛନ୍ତି ଅଭିନେତ୍ରୀ ବର୍ଷାଙ୍କ ଓକିଲ । ସେପଟେ ବର୍ଷାଙ୍କ ଘରକୁ ଯାଇ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ।
ସୂଚନାଯୋଗ୍ୟ ବର୍ଷାଙ୍କୁ ତାଙ୍କ ସ୍ୱାମୀ ଘରୋଇ ହିଂସା ଓ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ବର୍ଷା ଅଭିଯୋଗ କରି ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ଏବେ ଶୋସିଆଲ ମିଡିଆରେ ବର୍ଷା ଲେଖିଛନ୍ତି ସତ କେବେ ଲୁଚି ରହେନା, ଜଣଙ୍କ ଉପରେ ମିଛ ଅଭିଯୋଗ ଆଣି ତାଙ୍କ ଚରିତ୍ର ଉପରକୁ ଅଙ୍ଗୁଳି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା ଉଚିତ ବୋଲି ସେ ଲେଖିଛନ୍ତି ।
ସେପଟେ ବର୍ଷାଙ୍କ ବିରୋଧରେ ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅଭିଯୋଗ କରିଥିଲେ ଅନୁଭବ । ଏନେଇ ଅନୁଭବ ଗତକାଲି ସୂଚନା ଦେଇଥିଲେ । ଛାଡପତ୍ର ପାଇଁ ଅନୁଭବ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ ଦାୟର କରିଛନ୍ତି । ସେପଟେ ଅନୁଭବଙ୍କ ଓକିଲ କହିଛନ୍ତି ଯଦି ବର୍ଷା ଏତେଦିନ ହେଲା ନିର୍ଯ୍ୟାତନା ପାଉଥିଲେ ତେବେ ଏତେଦିନ ଚୁପ ହୋଇ ବସିଥିଲେ କାହିଁକି ?