ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ପ୍ରକୋପ କମିବାର ନାଁ ଧରୁନି । ରାଜ୍ୟର ଗୋଟେ ପରେ ଗୋଟେ ଜିଲ୍ଲାକୁ କାୟା ବିସ୍ତାର କରୁଛି କରୋନା । ଆଜି ସକାଳୁ ପୁଣି ଆଉ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ବଲାଙ୍ଗିର ଜିଲ୍ଲାର ହୋଇଥିବା ବେଳେ ଜଣେ ବରଗଡ ଜିଲ୍ଲାର । ପ୍ରଥମ ଥର ପାଇଁ ବରଗଡରେ ପଶିଲା କରୋନା ।
ବଲାଙ୍ଗିରରେ ଚିହ୍ନଟ ହୋଇଥିବା ଏହି ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ସମସ୍ତେ ପୁରୁଷ । ସେମାନେ ବାହାର ରାଜ୍ୟରୁ ଆସି କ୍ୟାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । ଏବେ ସେମାନଙ୍କର କରୋନା ପଜିଟିଭ୍ ବାହାରିଛି । ଏମାନଙ୍କୁ ମିଶାଇ ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି ।
ସେପଟେ ବରଗଡରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ବରଗଡ ସୂବାଷ ନଗର, ମାଷ୍ଟର ଟିକରାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆକ୍ରାନ୍ତ ଜଣଙ୍କ ହୋମ କ୍ୱାରେଣ୍ଟାଇନ୍ ରହୁଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।