ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟକୁ ପୁଣି ଥରେ ଫେରିଲା ନାଇଟ କର୍ଫ୍ୟୁ । ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କହରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ସୀମାବର୍ତ୍ତୀ ୧୦ ଟି ଜିଲ୍ଲାରେ କଟକଣା କଡାକଡି ହେବ ।
ଅନ୍ୟପଟେ ୨୦ ଟି ଜିଲ୍ଲାରେ ଆଜିଠାରୁ ରାତି ୯ ଟାରୁ ସକାଳ ୫ ଯା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ତେବେ ଏହି ସମୟରେ ଅଗ୍ନିଶମ ବିଭା,ପାନୀୟ ଜଳ ଯୋଗାଣ, ପେଟ୍ରୋଲ, ଗ୍ୟାସ ସମସ୍ତ ଜରୁରୀକାଳୀନ ସେବା,ମାଲ ପରିବହନ ଜାରି ରହିବ । ଦୋକାନ ବଜାର ବନ୍ଦ ରହିବ । ଏପ୍ରିଲ ମାସ ପାଇର୍ ଏହି କଟକଣା ଲାଗୁ କରାଯାଇଛି ।
ନାଇଟ କର୍ଫ୍ୟୁ ପାଇଁ ମୋଟ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ରାଜଧାନୀରେ ମୋଟ ୨୫ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବ । ବିନା କାମରେ ଯଦି କୈାଣସି ବ୍ୟକ୍ତି ବାହାରେ ବୁଲୁଥାଏ ତେବେ ତାଙ୍କ ବିରୋଓରେ କଠୋର କାର୍ଯ୍ୟନୁଷ୍ଟାନ ନିଆଯିବ ବୋଲି ଡିସିପି ଉମା ଶଙ୍କର ସୂଚନା ଦେଇଛନ୍ତି ।ସେହିପରି ଧାର୍ମିକ ଅନୁଷ୍ଠାନମାନଙ୍କରେ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତ ହେବ । ହାଟ ଓ ବଜାରରେ ମଧ୍ୟ କଟକଣା ଜାରି କରାଯାଇଛି । ଦୋକାନମାନଙ୍କ ମଧ୍ୟରେ ୩୦ ଫୁଟ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି ।ବାର, ରେଷ୍ଟୁରାଣ୍ଟମାନଙ୍କରେ ୫୦% ଗ୍ରାହାକଙ୍କୁ ନେଇ ବ୍ୟବସାୟ କରାଯିବ ।
ସୋମବାରଠାରୁ ରାଜ୍ୟରେ ବାହାରକୁ ବସ୍ ଚଳାଚଳ ବନ୍ଦ ରହିବ । ବସରେ ଯେତିକି ସିଟ ଅଛି ସେତିକି ଯାତ୍ରୀ ଯାତାୟତ କରିବେ । କୈାଣସି ବ୍ୟକ୍ତି ଠିଆ ହୋଇଯାଇପାରିବେ ନାହିଁ । ସେପଟେ ଛତିଶଗଡ ସୀମାନ୍ତ ୧୦ ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ କାରଣରୁ ବନ୍ଦ ରହିବ ଟିକାକରଣ ।