ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ନାଇଟ କର୍ଫ୍ୟୁକୁ ଆହୁରି କଡାକଡି କରାଯିବା ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ବର୍ତ୍ତତ୍ତମାନ ୧୦ ଟି ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ କରାଯାଉଛି । ଏନେଇ ଜିଲ୍ଲାପାଳ ଏବଂ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବରପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପଡୋଶୀ ରାଜ୍ୟ ତଥା ଛତିଶଗଡରୁ ଆସୁଥିବା ଲୋକଙ୍କ ଉପରେ କଡା ଦୃଷ୍ଟି ଦିଆଯାଇଛି । ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଊନ୍ନୟନ କମିଶନର ଝାରସୁଗୁଡା ଓ ସୁନ୍ଦରଗଡ ଯାଇଛନ୍ତି । କରୋନା ମୁକାବିଲା ପାଇଁ ଔଷଧ,ବେଡ,ଅକ୍ସିଜେନ ଆଦି ମହଜୁଦ ରଖାଯାଇଛି ।
ସେହିପରି ଏବେ ରାଜ୍ୟରେ ଟିକା ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ଯେତିକି କୋଭିସିଲଡ ଟିକା ରହିଛି ତାହା ୨ ରୁ ୩ ଦିନ ଯିବା ସହ ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।