ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ନିକିତାଙ୍କ ନଣନ୍ଦ ସୋନମ ମତ ଦେଇଛନ୍ତି । ସେ କହିଛନ୍ତି କି ଘଟଣା ଘଟିବା ଦିନ ଛାତ ଉପରେ ତାଙ୍କ ଭାଇ ଲିପନଙ୍କ ସହ ନିକିତାଙ୍କ ବାପା ମଧ୍ୟ ଉପସ୍ଥିତ ଥିଲେ । ତେବେ ମୋ ଭାଇ କେମିତି ମାରିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଶାଶୁଘର ଲୋକ ନିର୍ଯ୍ୟାତନା ଦେଉଥିବା କଥା ସମ୍ପୂର୍ଣ୍ଣ ମିଛି । ନିକିତାଙ୍କ ବାପଘର ଲୋକ ମିଥ୍ୟା ଆରୋପ ଲଗାଉଛନ୍ତି ବୋଲି ମଧ୍ୟ କହିଛନ୍ତି ସୋନମ । ଆବଶ୍ୟକ ପଡିଲେ ସେ ଆଇନର ଆଶ୍ରୟ ନେବେ ବୋଲି ମତ ରଖିଛନ୍ତି ।
ସୋନମଙ୍କ କହିବା ମୁତାବକ ଗଟଣା ଘଟିବା ଦିନ ନିକିତା ନିଜ ବାପା ମାଙ୍କ ସହ ମଧ୍ୟ ପାଟି ତୁଣ୍ଡ କରି ଘରୁ ଛାତ ଉପରକୁ ଆସିଥିଲେ । ଏବଂ ସେ ଖସି ପଡିବା ବେଳେ କିଛି ସମୟ ପର୍ଯ୍ୟନ୍ତ ଝୁଲନ୍ତା ଅବସ୍ଥାରେ ରହିଥିଲେ । ଭାଇ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା ବୋଲି ମୋତେ କହିଥିଲା । ସେପଟେ ମେଡିକାଲରେ ମଧ୍ୟ ଭାଉଜଙ୍କ ସହ ପାଖେ ପାଖେ ଶେଷ ପର୍ଯ୍ୟନ୍ତ ଭାଇ ରହିଥିଲା । ସେତେବେଳେ ଭାଉଜଙ୍କ ବାପା ଘର ଲୋକ ଭଲ ବ୍ୟବହାର କରୁଥିଲେ କିପରି? ମରିଯିବା ପରେ ଭାଇଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଇଛି ବୋଲି କହିଛନ୍ତି ସୋନମ ।