ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଆରମ୍ଭ ହୋଇଥିବା ଟିକାକରଣ ସଫଳ ହୋଇଛି । ୧୬୧ ଟି କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯାଇଛି । ପ୍ରଥମ ଦିନରେ ୧୬ ହଜାର ୪୦୫ ଜଣଙ୍କୁ ଟିକା ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୩ ହଜାର ୯୮୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି ।
ତେବେ ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଟିକାକରଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ଓ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ୫୦ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ଟିକାକରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଥିବା ବିପିଏଲ ବର୍ଗ ଓ ବରିଷ୍ଠ ନାଗରିମାନଙ୍କୁ କରୋନା ଟୀକା ବିନାମୂଲ୍ୟରେ ଦେବାପାଇଁ ଅନୁରୋଧ କରିଛନ୍ତି।
ରାଜ୍ୟରେ ଟିକାକରଣ ସଫଳ ହୋଇଥିବାରୁ ନିରଞ୍ଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ନବୀନଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା ଜଣାଇଛନ୍ତି ।