ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ହାଇକୋର୍ଟ ପକ୍ଷରୁ ଝଟକା । ବନ୍ଦ ଡାକରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଧର୍ମଘଟ କରିପାରିବେ ହେଲେ ଜୋର ଜବରଦସ୍ତି ଦୋକାନ ବଜାର ବନ୍ଦ କରି ପାରିବ ନାହିଁ କଂଗ୍ରେସ । ଗାଡିମୋଟର ଚଳାଚଳରେ ବାଧା ବା ସାଧାରଣ ଜନତାଙ୍କ ଜୀବନରେ ବାଧା ସୃଷ୍ଟି କରିବ ନାହିଁ ।
ବନ୍ଦ ଡାକରା ନେଇ କଟକର ଦୋକାନୀ ସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା । ଏହାର ଅନଲାଇନ୍ ଶୁଣାଣି କରିଛନ୍ତି ହାଇକୋର୍ଟ । ଏଥିରେ ବନ୍ଦ ଡାକରାକୁ ନା କରାଯାଇଛି ।